ପଦ୍ମପୁର ସ୍ଥିତ ବାଳିକା ହାଇସ୍କୁଲରେ ରେଡ଼କ୍ରସ ପରାମର୍ଶଦାତା ଶିବିର...
ପଦ୍ମପୁର,୨୫/୧୦ : ପଦ୍ମପୁର ସ୍ଥିତ ବାଳିକା ହାଇସ୍କୁଲରେ ଆଜି ଏକ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ସଭାରେ ବି. ଇ.ଓ.ଲୋକନାଥ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ରେଡ଼କ୍ରସ ପରାମର୍ଶଦାତା ତଥା ସ୍ବେଚ୍ଛାସେବୀ ମାନଙ୍କୁ ସମାଜସେବା ପାଇଁ ଉତ୍ସାହିତ କରିଥିଲେ।
Ad..
ସମାଜସେବୀ ଶ୍ରୀଯୁକ୍ତ ଚୁଳସୁନ୍ଦର ମେହେର,ବରଗଡ jrco ଶ୍ରୀଯୁକ୍ତ ହେମନ୍ତ ସାମଲ,RP ଡ: ଡିଲେଶ୍ଵର ସାହୁ, ଶ୍ରୀଯୁକ୍ତ ଦ୍ୱାଦଶ ପ୍ରଧାନ ,ଶ୍ରୀ ରୁଦ୍ରାଙ୍ଗଦ ବାରିକ,ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ଶୁଭଶ୍ରୀ ଭୋଇ ଯୋଗଦେଇ ଜୁନିଅର ରେଡ଼କ୍ରସ ର ଆବଶ୍ୟକତା...
Ad..
ତଥା ପ୍ରାଥମିକ ଚିକିତ୍ସା ର ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋଷ୍ଟେସନ ମାଧ୍ୟମରେ ରିକୋଭରି ପୋଜିସନ, ସକ୍ ,ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ , ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କୌଶଳ, ଅଗ୍ନିରୁ ସୁରକ୍ଷା ପାଇବା ଉପାୟ ତଥା ଗୁଡ୍ ସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ତାଲିମ ଦେଇଥିଲେ।
ବିଜ୍ଞାନ ସମ୍ମତ ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କଣ ନକରିବା ତାହା ବୁଝାଇଥିଲେ। ଏହି ଅବସରରେ ଛତ୍ରଛାତ୍ରୀମାନଙ୍କୁ ୧୧୨ ଫୋନ ନମ୍ବର ବିଷୟରେ ସୂଚନା ପ୍ରଦାନ କରିଥିଲେ।
Report : Bijay ku sahu
Edited by k.s thakur...



