ଜୟ କିଷାନ ପାଠାଗାର ପ୍ରତିଷ୍ଠା ଉତ୍ସବ ରେ ମଶାଲ ଶୋଭାଯାତ୍ରା କୁ ବରଗଡ଼ରେ ସ୍ୱାଗତ...

ଜୟ କିଷାନ ପାଠାଗାର ପ୍ରତିଷ୍ଠା ଉତ୍ସବ ରେ ମଶାଲ ଶୋଭାଯାତ୍ରା କୁ ବରଗଡ଼ରେ ସ୍ୱାଗତ...


ବରଗଡ଼,୨୫/୧୦ : ମଶାଲ ଶୋଭାଯାତ୍ରା କୁ ବରଗଡ଼ ଗାନ୍ଧୀ ଛକ ଠାରେ ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି। ଜୟ କିଷାନ ପାଠାଗାର ପ୍ରତିଷ୍ଠା ଅବସରରେ ଅନୁଷ୍ଠାନ ର ସଦସ୍ୟ ମାନେ ଏକ ମଶାଲ ଶୋଭାଯାତ୍ରା ରେ ବୀର ମାଟି ଘେଁସ ରୁ ବାହାରି ବରଗଡ ଜିଲ୍ଲା ଅତାବିରା ବ୍ଲକ ଦେଵାହାଲ ଗାଁ ପଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରଖିଥିଲେ। 

         Ad..


ଶିକ୍ଷା କୁ ପ୍ରାଧାନ୍ୟ ଦେଇ ଯୁବପିଢ଼ି କୁ ସଠିକ ମାର୍ଗ ରେ ଚାଲିବା ଓ ଉତ୍ତମ ନାଗରିକ ପ୍ରସ୍ତୁତ କରିବା ଲକ୍ଷ୍ୟ ରେ ଏହି ପାଠାଗାର ନିର୍ମାଣ କରଯାଇ ଥିବା କୁହାଯାଉଛି ସେହିପରି ଜୟ ଯବାନ ଜୟ କିଷାନ ଓ ଦେଶ ପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟ ରେ ଏହି ଶୋଭାଯାତ୍ରା ଅଯୋଜନ କରାଯାଇ ଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି। 

             Ad..


ଏଥିରେ କୃଷକ ସଂଗଠନ ର ରମେଶ ମହାପାତ୍ର, ବାବ୍ରୁ ବାହାନ ସାହୁ,ସମାଜସେବୀ ଦିବାକର ମାଝୀ, ପବିତ୍ର ଦେହେରି, ବଳିଷ୍ଠ ଦୁର୍ଗା,ଆମ୍ ଆଦମୀ ପାର୍ଟି ର ଭବାନୀ ସାହୁ, ଅସିତ ସାହୁ, ଅବିନାଶ ବାଗ,ସୁବଳ କହଁରା, ସଂକଳ୍ପ ପରିବାର ପକ୍ଷରୁ ବିକାଶ ଅଗ୍ରୱାଲ, ବାସ୍ମତୀ ବନଛୋର ଓ ଅନ୍ୟମାନେ ଉପସ୍ଥିତ ଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post