ତୁରେକେଲା ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ...

ତୁରେକେଲା ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ...


କଣ୍ଟାବାଞ୍ଜି,୨୫/୧୦ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଥିଲା।ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ବକ୍ତୃତା, ଚିତ୍ରାଙ୍କନ,ସ୍ଲୋଗାନ ଲିଖନ ଓ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

           Ad..


ଶ୍ରୀ ଫକୀର ଚରଣ ବିଶି,ବିଆରସିସିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ଜଳନ୍ଧର ମହାକୁଡ,ସରପଞ୍ଚ, ମୁଖ୍ୟ ଅତିଥି, ଶ୍ରୀ ବିରଞ୍ଚି ନାରାୟଣ ଦାଶ,ମୁଖ୍ୟବକ୍ତା,ଶ୍ରୀ ପ୍ରମୋଦ କୁମାର ମହାପାତ୍ର, ସମିତି ସଭ୍ୟ, ଶ୍ରୀ ଶଙ୍କର ନାଗ,ଅଞ୍ଜଳି ମାଝୀ, ଦିବାନୀ ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

        Ad..


ମାନ୍ଦଲା କ୍ଳଷ୍ଟର ସଂଯୋଜକ ଧନସିଂ ମାଝୀ ସଭା ପରିଚାଳନା ଓ କାଦୋବେଡା କ୍ଳଷ୍ଟର ସଂଯୋଜକ ପ୍ରେମରାଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଯେଉଁ ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ     ସିଆରସିସି ମୋହନ ମାଝୀ, କୃତ୍ତିବାସ ବରିହା,ଗୁରୁ ପ୍ରସାଦ ଛତ୍ରିଆ ଶିକ୍ଷୟିତ୍ରୀ ମମତା ପଣ୍ଡା, ମଞ୍ଜୁଲତା ଧରୁଆ,ରଜନୀ ମେହେର, ସୁଦୀପ୍ତା ଜେନା,ସ୍ୱ।ଗତିକା ମିଶ୍ର, କଲ୍ୟାଣୀ ମହାନନ୍ଦ,,ରଶ୍ମିତା ଦାସ,ଶୁଭସ୍ମିତା ବେହେରା,ମଧୁମିତା ବେହେରା,ଦେବ ବଗର୍ତ୍ତୀ,ଅମରକାନ୍ତ ବେହେରା, ସଞ୍ଜୟ ଖୁରା,ସୁନୀଲ ସାହୁ, ଜ୍ୟୋତି ବିକାଶ ବାରିକ,ଟିକେଶ୍ୱର ବେହେରା, ରମେଶ ସୁନା ଆଦି ସହଯୋଗ କରିଥିଲେ।




Edited by k.s thakur...




Post a Comment

Previous Post Next Post