ଅମ୍ବାଭୋନା ବ୍ଳକ ରେ ହେବ ଭଲିବଲ ଏକାଡେମୀ: ଈରାଶିଷ ଆଚାର୍ଯ୍ୟ...
(ଜିଲ୍ଲାସ୍ତରୀୟ ଭଲିବଲ ଚମ୍ପିୟାନସିପ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବରଗଡ଼ ଚମ୍ପିୟାନ)
ଅମ୍ବାଭୋନା,୦୩/୧୦ :- ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ସୀମାନ୍ତ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ରୁଚିଦାସ୍ଥିତ ଖେଳପଡିଆ ଠାରେ ଜିଲ୍ଲା ସ୍ତରୀୟ ଭଲିବଲ ଚମ୍ପିୟାନସିପ ଟୁର୍ଣ୍ଣାମେଣ୍ଟ ୨୦୨୪-୨୫ ଉଦଯାପିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ବରଗଡ଼ ଓ ଅମ୍ବାଭୋନା ବ୍ଳକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
Ad..
ଏଥିରେ ବରଗଡ଼ ଚମ୍ପିୟାନ ହୋଇଥିବା ବେଳେ ଅମ୍ବାଭୋନା ବ୍ଳକ ରନର୍ସ ଅଫ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ୧୨ଗୋଟି ବ୍ଳକରୁ ଉଚ୍ଚ ବିଦ୍ୟାଳୟର ଖେଳାଳିମାନେ ଭାଗ ନେଇଥିଲେ। ଅମ୍ବାଭୋନା ବ୍ଳକ ଅଧ୍ୟକ୍ଷ କିର୍ତିଚନ୍ଦ୍ର ଦୁଆନ କ୍ରୀଡା କ୍ରୀଡ଼ା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
Ad..
ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଂକର ବାଗ, ତହସିଲଦାର ଆନନ୍ଦ ପଣ୍ଡା, ଉପାଧ୍ୟକ୍ଷ କମଲା ନାୟକ, ଜିଲ୍ଲା ପରିଷଦ ସଭ୍ଯା ନୀଳକୁମାରୀ ନାୟକ, କଲ୍ପନା ପଧାନ, ରୁଚିଦା ସରପଞ୍ଚ ଚନ୍ଦ୍ରକଳା ଦେହେରୀ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।
Ad..
ଉଦଯାପନୀ ସମାରୋହରେ ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଲାଲିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଶ୍ରୀମାନ ଆଚାର୍ଯ୍ୟ ଅମ୍ବାଭୋନା ବ୍ଳକ ରେ ଏକ ଭଲିବଲ ଏକାଡେମୀ କରାଯିବାକୁ ଘୋଷଣା କରିଥିଲେ।
Ad..
ବରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ସମ୍ମାନୀତ ଅତିଥି ଭାବେ ଅମ୍ବାଭୋନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଭାବନା ସାହୁ, ଜିଲ୍ଲା ସଂପାଦକ ସୁଦୀପ୍ତ କୁମାର ନାୟକ, ଧୀରଜ ପଟ୍ଟନାୟକ,ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର, ପୁର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ପଧାନ, ସାଂସଦ ପ୍ରତିନିଧି ଗୁନାରୁ ପଧାନ,ବିଭିନ୍ନ ବ୍ଳକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖ ମଞ୍ଚାସୀନ ରହିଥିଲେ।
Ad..
ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ଉଭୟ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...






