ବଙ୍ଗୋମୁଣ୍ଡରେ ୩୮ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖମ୍ବ ସ୍ଥାପନ...
ବଙ୍ଗୋମୁଣ୍ଡା,୨୧/୧୦ : ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସାର୍ବଜନୀନ ଖେଳପଡ଼ିଆ ଠାରେ ଚଳିତ ବର୍ଷ ୩୮ ତମ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ ଶୁଭଖମ୍ବ ସୋମବାର ଦିନ ସ୍ଥାପନ କରାଯାଇଥିଲା।ଗ୍ରାମ ଦେବା ଦେବୀ ଙ୍କ ଠାରେ ଆଜ୍ଞାମାଳ ଅଣାଯିବା ପରେ ପୂଜାର୍ଚ୍ଚନା କରାଯାଇ ଶୁଭ ଖମ୍ବ ସ୍ଥାପନ କରାଯାଇଥିଲା।
Ad..
ପୂଜାରେ କର୍ତ୍ତା ଭାବେ ରଶ୍ମିରଞ୍ଜନ ପୁଟେଲ ଏବଂ ହରିହର ତ୍ରିପାଠୀ ପୂଜକ ଦାୟିତ୍ବ ନିର୍ବାହ କରିଥିଲେ ।ଅତିଥି ଭାବେ ବିଡ଼ିଓ ବାସନ୍ତୀ ସେଠୀ, ଥାନା ଅଧିକାରୀ ସଂଜୀବ ପଧାନ,ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ ଯୋଗଦେଇଥିଲେ।
୩୮ ତମ ଧନୁଯାତ୍ରା ଆୟୋଜନ କମିଟିର ସଭାପତି ତୁଲସିରାମ ହଂସ,କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ,ଉପସଭାପତି ଜମିଦାର ଶରତ ଚନ୍ଦ୍ର ସିଂ ଭୋଇ,ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ,କୋଷାଧ୍ୟକ୍ଷ ମୁକେଶ ଜୈନ,ପୂର୍ବତନ ସରପଞ୍ଚ ସୁଶାନ୍ତ ଯୋଶୀ,ପୂର୍ବତନ ଜିଲା ପରିଷଦ ସଦସ୍ୟ ଲାଲଚନ ପୁଟେଲ,ସାମ୍ବାଦିକ ଦୀପକ କୁମାର ଦାସ ଯାଦବ,ଅଶୋକ ନାରାୟଣ ଭୋଇ,ସାମ୍ବାଦିକ ହୁଲେଶ୍ବର ହଂସ,ବୈକୁଣ୍ଠ ସା,ଭକ୍ତବନ୍ଧୁ ସାହୁ,ତିରୁପତି ବାରିକ,ଦୀନବନ୍ଧୁ ପାଣିଗ୍ରାହୀ,ବିନୋଦ ମେହେର,ଶରତ ପାଣିଗ୍ରାହୀ,ପ୍ରମୋଦ ସାହୁ,ଗୋପୀନାଥ ସା,ଭିକାରୀ ସାହୁ,ପ୍ରେମରାଜ ଚୌଧୁରୀ,ମୟ ପୁଟେଲ ପ୍ରମୁଖ ଙ୍କ ସହ କମିଟି ସଦସ୍ୟ ଉପସ୍ଥିତ ଥିଲେ।
୩୮ ତମ ଧନୁଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବର ୧୦ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ପାଳିତ ହେବ ବୋଲି ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
Edited by k.s thakur...


