ଅବ୍ଯବସ୍ଥା ଘେରରେ ମୁରିବାହାଲ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ! କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଠୁ ମଧ୍ଯ ନ୍ଯୁନ...
ମୁରିବାହାଲ, ୨୨/୧୦ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଂଚାୟତି ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁରିବାହାଲ ବିଡିଓ ପୂର୍ଣାନନ୍ଦ ପଟେଲ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ମୁରିବାହାଲ ତହସିଲଦାର ଜଗଦୀଶ କାରତାମୀ, ଏବିଇଓ କାନ୍ତାରାମ ଧରୁଆ, ଏବିଇଓ କୈଲାଶ ଚନ୍ଦ୍ର ଭୋଇ, ମୁରିବାହାଲ ପଂଚାୟତି ହାଇସ୍କୁଲ ର ପ୍ରାଧାନ ଶିକ୍ଷକ ସୁନିଲ କୁମାର ପାତ୍ର ଯୋଗଦାନ କରିଥିଲେ।
Ad..
ଏହି କାର୍ଯ୍ୟକ୍ରମ ରେ ମୁରିବାହାଲ ବ୍ଲକ ର ସମସ୍ତ କ୍ଲଷ୍ଟରୁ କ୍ରୁତି ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ। ଏହି ସୁରଭି କାର୍ଯ୍ୟକ୍ରମ ରେ ଯେଉଁ ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ଆଗାମୀ ଦିନ ରେ ଜିଲ୍ଲାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗ ନେବେ। ସୁରଭି କାର୍ଯ୍ୟକ୍ରମ ହେଉଛି ଛାତ୍ରଛାତ୍ରୀ ମାନଙ୍କ ମଧ୍ଯ ରେ ଲୁଚି ରହିଥିବା ପ୍ରତିଭା କୁ ଖୋଜିବା।ଏହି ପ୍ରତିଭା କୁ ଅନ୍ବେଷଣ କରିବା ନେଇ ମୁରିବାହାଲ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ।
୧୨ ଟି କ୍ଲଷ୍ଟରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସହିତ ପ୍ରାୟ ୧୦୦ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଦୁଇଟି ଟେଣ୍ଟ ଭିତରେ ପ୍ରବଳ ଖରାର ଗୁଳୁଗୁଳି କୁ ଖାତିର ନକରି ନିଜର ପ୍ରତିଭା ଦେଖାଇବା ପାଇଁ ବସି ରହିଥିବା ଦେଖିବାକୁ ମିଳିଥିଲା।
ତତ୍ ସହିତ ତାଙ୍କ ସହିତ ଆସିଥିବା ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ବସିବାର କୌଣସି ବ୍ଯବସ୍ଥା ନଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖରାରୁ ରକ୍ଷା ପାଇବା ପାଇଁ ଗଛ ଛାଇର ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା। ବ୍ଲକ ସ୍ତରୀୟ ଏତେ ବଡ ଧରଣର କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ପିଇବା ପାଣିର ମଧ୍ଯ କୌଣସି ବ୍ଯବସ୍ଥା ନଥୁବା ଦେଖିବାକୁ ମିଳିଥିଲା।
ସମୟ ୨ ଟା ସୁଦ୍ଧା କୌଣସି ଛାତ୍ରଛାତ୍ରୀ ମାନଙ୍କୁ ଜଳପାନ ର ବ୍ଯବସ୍ଥା ମଧ୍ଯ ହୋଇନଥିଲା।କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ରେ ସବୁ ବ୍ଯବସ୍ଥିତ ଢଙ୍ଗରେ କାର୍ଯ୍ୟକ୍ରମ ହୋଇଥିବା ବେଳେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରେ ଅବ୍ଯବସ୍ଥା ହେବା ଅତି ଦୁଃଖ ର କଥା ସହ ଯେଉଁ କାର୍ଯ୍ୟକ୍ରମ ରେ ବିଇଓ ନିଜେ ମଙ୍ଗ ଧରିଛନ୍ତି ସେ କାର୍ଯ୍ୟକ୍ରମ ରେ ଏତେ ଅବ୍ଯବସ୍ଥା ବ୍ଳକ ପାଇଁ ଏକ ନୈରାଶଜନକ ବିଷୟ।
ଏ ସମସ୍ତ ବିଷୟ ରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ ଙ୍କୁ ପଚାରିବାରୁ ଏ ପ୍ରକାର ଅବ୍ଯବସ୍ଥା ଆଗକୁ ନହେବା ପାଇଁ ଚେ଼ଷ୍ଟା କରିବା ସହ ଆଗାମୀ ଦିନ ରେ ମୁରିବାହାଲ ବ୍ଲକ ରେ ବ୍ଯବସ୍ଥିତ ଢଙ୍ଗରେ କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ସିଆରସିସି, ବିଇଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Report : sudam baghar
Edited by k.s thakur...


