ପଦ୍ମପୁର ପଟାମୁଣ୍ଡା ଗାଁ ରେ ଆମ୍ବେଦକର ଯୁବକ ସଂଘ ର ୧୨ ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ...
ବରଗଡ଼,୨୧/୧୦ : ପ୍ରତିବର୍ଷ ଭଲି ଏଥର ମଧ୍ୟ ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଫଟାମୁଣ୍ଡା ଗାଁ ରେ ଆମ୍ବେଦକର ଯୁବକ ସଂଘ ଆୟୋଜନ ରେ ୧୨ ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ସଂଘ ର ସଭାପତି ଗୋପବନ୍ଧୁ ଶିକା ଙ୍କ ଦ୍ଵାରା ରବିବାର ଦିନ ପରିଚାଳିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଆଦର୍ଶ ଥାନା ଅଧିକାରୀ ମମତା ନାଏକ, ଆମ୍ବେଦକର ଚେରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ଡକ୍ଟର ଗୁଣମଣୀ ସୁନାମୀ, ଶିଶୁ ବିକାଶ ଅଧିକାରୀ ଗୋଲି ରାଉତ, ଅଧ୍ଯାପକ କୈତୁକ ପନ୍ଦର, ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ଅଶୋକ ବହିଦାର ନିହାଲ ସିଂ ପ୍ରମୁଖ ଯୋଗଦାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗ ରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ , ସମାଜ ସଂସ୍କାରକ, ସାହିତ୍ୟକ, ଛାତ୍ର ଛାତ୍ରୀ, ସେବା ଖେତ୍ର ରେ ଅବଦାନ ଥିବା ବ୍ଯକ୍ତି ବିଶେଷ ଓ ବିଭିନ୍ନ ପ୍ରତିଭା ମାନଙ୍କୁ ଉପସ୍ଥିତ ଅତିଥି ଙ୍କ ଦ୍ବାରା ସମ୍ବର୍ଦ୍ଧନା ଦିଆଯାଇଛି।
ସମର୍ଦ୍ଧିତ ପ୍ରତିଭା ଙ୍କ ମଧ୍ୟରେ ସୁଦାମ ଭୋଇ - ସମ୍ବାଦିକ ତଥା କେମେରା ମ୍ୟାନ , କୁଞ୍ଜ ବିହାରୀ ପଧାନ - ସ୍ୱାସ୍ଥ୍ୟ କ୍ଷେତ୍ରରେ , ସମାରୁ ମହାନନନ୍ଦ - ଭିନ୍ନକ୍ଷମ ଘୁଡକା ବାଦକ କଳାକାର , ଜଳନ୍ଧର ପଟେଲ - ସମଳାଇ ପଦର ବୃଦ୍ଧାଶ୍ରମ ,ମୋହିତ କୁମାର ତାଣ୍ଡି - ନବୋଦୟ ଛାତ୍ର , ସୋମ୍ୟକାନ୍ତ କୁମ୍ଭାର - ନବୋଦୟ ଛାତ୍ର ପ୍ରମୁଖ ଙ୍କୁ ସମ୍ବର୍ଧନା ସହ ସମ୍ମାନ ପ୍ରଦାନ କରାଯାଇଛି।
ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ପଦ୍ମପୁର ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ସମିତି ସହଯୋଗ କରିଥିବା ବେଳେ ରାଜ୍ୟର ବିଭନ୍ନ ସ୍ଥାନରୁ ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତି ବିଭାଗ ଦ୍ୱାରା ପ୍ରଆୟୋଜିତ ଓଡିଶୀ, ଛଉ, ପାଇକ ଆଖଡା, ଗୋଡ଼ ମେକର, ପୁଇଁତଳା ଫୋକ ଡ୍ୟାନ୍ସ ତଥା ଭେଡେନ ସିଙ୍ଗନ ପାଳିର ଫୋକ ଡ୍ୟାନ୍ସ ତଥା ଅନ୍ୟାନ୍ୟ ଆଞ୍ଚଳିକ ସାଂସ୍କୃତିକ ଦଳ ଗୁଡିକ ରଙ୍ଗା ରଙ୍ଗ ସାଂସ୍କୃତିକ ଦଳ ଗୁଡିକ ଦର୍ଶକ ର ମନ ମୋହି ନେଇ ଥିଲେ।
ସୋନାଳିକା ଶବର ଓ ଦୀପକ ଦାଶ ମଞ୍ଚ ପରିଚାଳନା କରିଥିଲେ। ଆମ୍ବେଦକର ଯୁବକ ସଂଘ ର ସମ୍ପାଦକ ରଜନୀ ସୁନା ସମେତ ରମେଶ ଗୁର୍ଲ୍ଲା, ବିଶ୍ୱାମିତ୍ର,ଦୀନବନ୍ଧୁ, ଅଞ୍ଜଳି, ବିକ୍ରମ, ରଙ୍ଗାଧର, ଶଶୀ, ରମେଶ, ନାରତ, ସୁରଜ, ରାଜେଶ, ତ୍ରିଲୋଚନ, ଉମେଶ, ସନ୍ତୋଷ, ଚୁନୁ, ମୁକେଶ, ବଣ୍ଟି, ମହେନ୍ଦ୍ର, ରାହୁଲ କରୁଣା, ଦୁଃଶାସନ ନାରାୟନ ହିମାଞ୍ଚଳ,ଅଜୁ, ବିରେନ ସମସ୍ତେ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...


