ରାଜକୁମାର ସାହୁଙ୍କ ନିଆରା ପ୍ରୟାସ ଶିଶୁ ନାଟ୍ୟ କର୍ମଶାଳା ଉଦଯାପିତ...

ରାଜକୁମାର ସାହୁଙ୍କ ନିଆରା ପ୍ରୟାସ ଶିଶୁ ନାଟ୍ୟ କର୍ମଶାଳା ଉଦଯାପିତ...


ବରଗଡ଼,୨୧/୧୦ : ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ନାଟ୍ୟକାର ରାଜକୁମାର ସାହୁଙ୍କ ସହଜ ଓ ସରଳ ପଦ୍ଧତିରେ ଆଖପାଖ ଅଂଚଳର ପଚିଶ ଜଣ ଶିଶୁ ନାଟ୍ୟ କର୍ମଶାଳାରେ ଯୋଗଦାନ କରି ନାଟ୍ୟ ପ୍ରୟୋଗତ୍ମକ କଳା ଗ୍ରହଣ କରିଛନ୍ତି। ସାତ ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ପଚିଶ ଜଣ ପିଲା ଅଂଶଗ୍ରହଣ କରିଥିଲେ। 

             Ad..


ନାଟ୍ୟକାର ରାଜକୁମାର ସାହୁ ଗପ, ଗୀତ, ନୃତ୍ୟ, ଅଭିନୟ, ଓ ପୋଷ୍ଟର ତିଆରି ଭଳି ସୃଜନାତ୍ମକ କଳାକୁ ଆକର୍ଷଣୀୟ ଭାବରେ ଶିଖାଇଥିଲେ। ଉଦଯାପନୀ ସମାରୋହରେ ଅତିଥି ଭାବେ ରଞ୍ଜାଳ ବାଗ ଓ ବିକ୍ରମ ସାହୁ ଯୋଗଦେଇଥିଲେ। 

ଏହି ଅବସରରେ ନିର୍ଦ୍ଧେଶକ ପରମେଶ୍ୱର ବିଶିଙ୍କୁ ଭାଷା ସାହିତ୍ୟ ଓ ନାଟକରେ ପାରଦର୍ଶିତା ପାଇଁ ସମ୍ମାନିତ କରାଯାଇଥିଲା। ନାଟକ ଶିଖିବା ଦ୍ୱାରା ପିଲାର ସାମଗ୍ରିକ ବିକାଶ ହୁଏ ବୋଲି ବିଶି ମହାଶୟ ପ୍ରଶିକ୍ଷlର୍ଥୀ ଓ ଅଭିଭାବକଙ୍କୁ ଦିଗଦର୍ଶନ ଦେଇଥିଲେ। 

କର୍ମଶାଳା ଅନ୍ତର୍ଗତ ପିଲାମାନେ ରାଜକୁମାର ସାହୁ ଲିଖିତ 'ଶ୍ରବଣ କୁମାର' ନାଟକର ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ବାତ୍ସଲ୍ୟପ୍ରେମ ଓ ପିତାମାନଙ୍କ ସେବା ର ମହନୀୟତା ରହିଥିଲା ।ଏହି ନାଟକର ସଙ୍ଗୀତକର୍ତ୍ତା ଲାଦୁ ମହାନନ୍ଦ ଥିଲେ, ଏବଂ ଗୁରୁ କେଶରଞ୍ଜନ ପ୍ରଧାନ ଓ ଅଶୋକ ବହିଦାର ଉପଦେଷ୍ଟା ଭାବେ ରହିଥିଲେ। 

ଉତ୍ସବର ପରିଚାଳନାରେ ମହେନ୍ଦ୍ର ସାହୁ, କୁଳମଣି ପଶୟତ, ଚତୁର୍ଭୁଜ ସାହୁ, ଜୟନ୍ତ ସାହୁ, ଘନଶ୍ୟାମ ସାହୁ, ଘନଶ୍ୟାମ ଭୋଇ, ସୀତାକାନ୍ତ ସାହୁ, ଆଦର୍ଶ ସାହୁ, ରବୀନ୍ଦ୍ର ସାହୁ ଓ ରୋହିତ ସାହୁ ମହତ୍ୱପୂର୍ଣ୍ଣ ଭୂମିକା  ନିର୍ବାହ କରିଥିଲେ। ଶହଶହ ଶିଶୁ ନାଟ୍ୟକଳା ପ୍ରତି ଆଗ୍ରହ କରିପାରିଥିବା ରାଜକୁମାର ସାହୁଙ୍କୁ ଅଭିଭାବକ ମହଲରୁ ପ୍ରଶଂସାର ସୁଅ ଛୁଟିଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post