ଚାଷୀନେତା ରମେଶ ମହାପାତ୍ରଙ୍କ ବିରୋଧରେ ମିଥ୍ୟା ମକଦ୍ଦମା: ପ୍ରତିବାଦରେ ବାରପାହାଡ କୃଷକ ସଂଗଠନ ର ଆନ୍ଦୋଳନ ଚେତାବନୀ...
ଅମ୍ବାଭୋନା,୦୩/୧୦ : ଅମ୍ବାଭୋନା ବ୍ଳକ ବାରପାହାଡ କୃଷକ ସଂଗଠନ ର ଆହ୍ବାନକ୍ରମେ ବରଗଡ଼ ଜିଲ୍ଲା ସଂଯୁକ୍ତ କିଷାନ ମୋର୍ଚ୍ଚା ର ଉପଦେଷ୍ଟା ତଥା ବିପ୍ଳବୀ ଚାଷୀନେତା ରମେଶ ମହାପାତ୍ରଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ତାତିଛି ବାରପାହାଡ କୃଷକ ସଂଗଠନ।
Ad..
ବର୍ତ୍ତମାନ ଚାଷୀମାନଙ୍କ ପ୍ରତି ଟାଟା ପାୱାର କମ୍ପାନୀ ର ଶୋଷଣ, ଅନ୍ୟାୟ ଅତ୍ୟାଚାର ବିରୋଧରେ ସଚେତନ କରାଇ ସେମାନଙ୍କ ହକ ଅଧିକାର ପାଇଁ ଲଢେ଼ଇ କରୁଥିବା ଚାଷୀନେତା ତଥା ସମାଜସେବୀ ରମେଶ ମହାପାତ୍ରଙ୍କ ବିରୁଦ୍ଧରେ ଟାଟା ପାୱାର ର ଇଙ୍ଗିତରେ ବରଗଡ଼ ପୋଲିସ ବିଭିନ୍ନ ସଙ୍ଗୀନ ଦଫାରେ ମୋକଦ୍ଦମା ରୁଜ୍ଜୁ କରିଛି।
Ad..
ଏହାର ପ୍ରତିବାଦରେ ବାରପାହାଡ କୃଷକ ସଂଗଠନ ର ସଭାପତି ଈଷାନ ଚନ୍ଦ୍ର ଭୋଇ ଙ୍କ ଅଧ୍ୟକ୍ଷତାରେ ଗୁରୁବାର ଉତ୍ତମ ମହାଦେବ ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
Ad..
ଏହି ପ୍ରତିବାଦ ସଭାରେ ମଞ୍ଚାସୀନ ଚାଷୀମାନେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ଏହା ଅଗଣତାନ୍ତ୍ରିକ ଓ ଆକ୍ରୋଶମୂଳକ ବୋଲି ମତପୋଷଣ କରିଥିଲେ। ଚାଷୀମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନ କରି କମ୍ପାନୀ ପ୍ରରୋଚନାରେ ଚାଷୀନେତା ରମେଶ ମହାପାତ୍ରଙ୍କ ବିରୁଦ୍ଧରେ ବିଭିନ୍ନ ଭିତ୍ତିହୀନ ମାମଲା ରୁଜୁ କରାଯାଇ ସେମାନଙ୍କ ସ୍ବର ଚାପି ଦେବାର ହୀନ ପ୍ରୟାସ କରାଯାଇଥିବା ଅଭିଯୋଗ କରିଛନ୍ତି।
Ad..
ରାଜ୍ୟରେ କମ୍ପାନୀ ଶାସନ ଚାଲୁଥିବା ସେମାନେ ଅଭିଯୋଗ କରିଛନ୍ତି। ଚାଷୀ ନେତା ମହାପାତ୍ର ଙ୍କ ବିରୋଧରେ ଲଗାଯାଇଥିବା ମିଥ୍ୟା ମକଦ୍ଦମା ତୁରନ୍ତ ପ୍ରତ୍ୟାହାର କରି ତାଙ୍କୁ ନିସର୍ତ ଭାବେ ଛଡ଼ା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ସଂଗଠନ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି।
Ad..
ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ଛନ୍ଦାଚରଣ ଭୋଇ,ସୈ।ଦଗର କୁଆଁର, ଈଶ୍ୱର ବାଗ, ରାଜେନ୍ଦ୍ର ଦେହେରୀ, କ୍ଷିତି ଭୁଷଣ ସାହୁ, ପଞ୍ଚାନନ ପଧାନ, ଭୀଷ୍ମଦେବ ଖମାରୀ, ସଂପାଦକ ଅଭିମନ୍ୟୁ ପଧାନ, ଗୋପାଳ ଗୋନ୍ତିଆ ପ୍ରମୁଖ ସାମିଲ ହୋଇଥିଲେ।
Report : Bijay ku sahu
Edited by k.s thakur...






