ମା ଶ୍ୟାମା କାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ...

ମା ଶ୍ୟାମା କାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ...


ବରଗଡ଼/ପଦ୍ମପୁର,୦୩/୧୦ : ପଦ୍ମପୁର ହନୁମାନ ପଡ଼ା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା କାଲି ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗତ ବର୍ଷର ଆୟବ୍ୟୟ ପଠନ ସହିତ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ମା ଶ୍ୟାମା କାଳୀଙ୍କ ପୂଜାକୁ ଧୁମଧାମରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

Ad..


 

ଏହା ସହ ପୂଜା ପାଇଁ ଏକ ନୂତନ କାର୍ଯକାରୀ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଅଜିତ ଶତପଥୀ ମନୋନୀତ ହୋଇଥିବା ବେଳେ, ପ୍ରିୟରଞ୍ଜନ ଭୋଇ ଉପସଭାପତି, ପ୍ରଫୁଲ୍ଲ ମିଶ୍ର ସମ୍ପାଦକ, ଆଦର୍ଶ ନାଥ ଓ ଅଜୁ ପଟ୍ଟନାୟକ ସହ ସମ୍ପାଦକ, ଶ୍ୟାମଳ ଦାସ କୋଷାଧ୍ୟକ୍ଷ, ସରୋଜ ମିଶ୍ର ସହକୋଷଧକ୍ଷ ଭାବରେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। 

Ad..



ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ବୈଠକରେ ବରିଷ୍ଠ ସଦସ୍ୟ ଚିନ୍ତାମଣି ମଲ୍ଲିକ, ରାହାସ ତ୍ରିପାଠୀ, ଅଶୋକ ବହିଦାର, ପ୍ରମୋଦ ନାଥ, ବିଜୟ ବହିଦାର, ଜିତେନ୍ଦ୍ର ଦାସ, ରବି ପ୍ରଧାନ, ସଞ୍ଜୀବ  ବହିଦାର ପ୍ରମୁଖ ଉପସ୍ଥିତ ଥିଲେ। 

          Ad..


ଚଳିତ ବର୍ଷ ପୂଜାରେ ମଣ୍ଡପ ସାଜସଜ୍ଜା, କାକରା ଭୋଗ, ମୀନା ବଜାର ଓ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯକ୍ରମ ମୁଖ୍ୟ ଆକର୍ଷଣ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି।





Report : Bijay ku sahu

Edited by k.s thakur...

Post a Comment

Previous Post Next Post