ଦୁର୍ଗା ମାଁ ଙ୍କୁ ସୁବର୍ଣ୍ଣ ଅଳଙ୍କାର ଭେଟି ଦେଲେ ଭକ୍ତ...
ବରଗଡ଼,୧୦/୧୦ : ବରଗଡ଼ ନିଗମାନନ୍ଦ ବିହାର ନିବାସୀ ବିରଞ୍ଚି ଦେହେରୀ ଓ ତାଙ୍କ ଧର୍ମ ପତ୍ନୀ ସ୍ମିତା ଦେହେରି ମାଁ ଦୂର୍ଗା ଙ୍କ ପାଇଁ ସୁବର୍ଣ୍ଣ ଅଳଙ୍କାର ଦେବା ପାଇଁ ମାନସିକ କରିଥିଲେ ।
Ad..
ସପ୍ତମୀ ଦିନ ଉଭୟ ପତି ପତ୍ନୀ ଉପସ୍ଥିତ ରହି ଦୁର୍ଗା ପୂଜା କମିଟି ସଦସ୍ୟ ଙ୍କ ଉପସ୍ଥିତି ରେ ମାଁ ଙ୍କୁ ମାନସିକ କରିଥିବା ଅଳଙ୍କାର ପ୍ରଦାନ କରିଥିଲେ ।ତେବେ ପ୍ରତି ବର୍ଷ ଦୁର୍ଗା ପୂଜା ଅବସର ରେ ମାଁ ଙ୍କୁ ଏହି ଅଳଙ୍କାର ଧାରଣ କରାଇବା ପାଇଁ ଅନୁରୋଧ ମଧ୍ୟ କରିଥିଲେ।
Ad..
କୋଷାଧ୍ୟକ୍ଷ ଶରତ ଦାସ ଉପ ସଭାପତି ଅର୍ଜୁନ ସେଟ୍ ଉନ୍ନୟନ କମିଟି ସଭାପତି ସଦାଶିବ ସାହୁ ଙ୍କ ସମେତ ବରିଷ୍ଠ ସଦସ୍ୟ ରବିନାରାୟଣ ସାହୁ ଆକା ସେଠୀ ପ୍ରମୁଖ ଉପସ୍ଥିତ ରହି ସୁବର୍ଣ୍ଣ ଅଳଙ୍କାର ଦାତା ଙ୍କ ଠାରୁ ଦାନ ଗ୍ରହଣ କରି ଥିବା ବେଳେ ପୂଜା କମିଟି ତରଫରୁ ଦାତା ଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।
Ad..
Edited by k.s thakur...




