ଗୋଇମୁଣ୍ଡରେ ପାର୍ବଣ ଉତ୍ସବ "ଦଶରା"...
ବଙ୍ଗୋମୁଣ୍ଡା,୧୦/୧୦ : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ପାର୍ବଣ ଉତ୍ସବ"ଦଶରା" ଅନୁଷ୍ଠିତ ହୋଇଥିଲା ।କମିଟି ସଭାପତି ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ...
Ad..
ମୁଖ୍ୟ ବକ୍ତା ସାହିତ୍ୟିକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ସାମ୍ବାଦିକ ଦୀପକ କୁମାର ଦାସ ଯାଦବ,ଯୁବ ସ୍ବେଚ୍ଛାସେବୀ ଶଶୀଧର ବାଗ,କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ ପ୍ରମୁଖ ଯୋଗଦେଇଥିଲେ।
Ad..
ଗ୍ରାମାଞ୍ଚଳର ଏକତା, ଭାଇଚାରା,କଳା, ସଂସ୍କୃତିକୁ ଉଜ୍ଜୀବିତ କରି ଦୀର୍ଘ ବର୍ଷର ଏକତାର ସ୍ବାକ୍ଷର ବହନ କରୁଛି ଏଇ ଦୁର୍ଗା ପୂଜା ଓ ପାର୍ବଣ ଉତ୍ସବ "ଦଶରା" ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ ।ଅଞ୍ଚଳର ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Ad..
ଗାଁ ସାମ୍ବାଦିକ ଗୌରବ ସମ୍ମାନ"ରେ ଅଞ୍ଚଳର ଯୁବ ସାମ୍ବାଦିକ ଦୀପକ କୁମାର ଦାସ ଯାଦବ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଅଶୋକ ନାରାୟଣ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।କମିଟି ସମ୍ପାଦକ ଚିତ୍ତରଞ୍ଜନ ସାହୁ,ଅମିତ ରଣା,ମଣ୍ଟୁ ନାଏକ,ଉପସଭାପତି ଧନସିଂ ବାଗ,ବିଧୁ ବାଗ,ତିର ଭୋଇ,ରତନ ଭୋଇ,ତରଣୀ ସାହୁ,ରାଜୀବ ଭୋଇ,ଇନ୍ଦ୍ରମଣି ମାଝୀ,ଭକ୍ତବନ୍ଧୁ ସାହୁ,ରମାକାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ।
Edited by k.s thakur...




