କେନ୍ଦୁ ଓ ଖଇର କାଠ ବୋଝେଇ ଟ୍ରକ ସହ ୨ ଗିରଫ, ଟ୍ରକ ଜବତ...

କେନ୍ଦୁ ଓ ଖଇର କାଠ ବୋଝେଇ ଟ୍ରକ ସହ ୨ ଗିରଫ, ଟ୍ରକ ଜବତ...



ବେଲପଡ଼ା,୧୦/୧୦ : ବିଗତ କାଲି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପୋଲିସ ଥାନା ଅନ୍ତର୍ଗତ ମୁଣ୍ଡୋଦୋରୋ ନିକଟରେ ଗତ କାଲି ପାଟଣାଗଡ଼ sdpo ଙ୍କ ନିର୍ଦେଶ କ୍ରମେ ବେଲପଡ଼ା ଥାନା ଅଧିକାରୀ(oic )ଅନନ୍ତ ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ବେଲପଡ଼ା ପୋଲିସ ଷ୍ଟାଫ୍ ଜାନ ବାହନ ଗୁଡିକ ଯାଞ୍ଚ କରିଥିଲେ।

             Ad..


କଣ୍ଟାବାଞ୍ଜି ରୁ ପାଟଣାଗଡ଼ ଯାଉ ଥିବା ଗୋଟିଏ ଟ୍ରକ କୁ ଅଟକାଇ ଟ୍ରକ ରେ ଥିବା କେନ୍ଦୁ ଓ ଖଇର କାଠ ର କାଗଜ ପତ୍ର ସହ ଗାଡ଼ି କାଗଜ ପତ୍ର ଯାଞ୍ଚ କରାଯାଇଥିଲା। କିନ୍ତୁ ସେହି ଟ୍ରକ ରେ ଥିବା ଦୁଇ ଜଣ ନା ହି ଟ୍ରକ ର ସଠିକ କାଗଜ ପତ୍ର ଦେଖେଇ ପାରିଥିଲେ ଓ ନାହିଁ ଟ୍ରକ ରେ ଲୋଡ କରା ଯାଇଥିବା କାଠ ର କାଗଜ ପତ୍ର। 

Ad..


ତେବେ ଏ ସମ୍ପର୍କରେ ପୋଲିସ କାଠ ବୋଝେଇ ଟ୍ରକ ସହ ଦୁଇ ଜଣଙ୍କୁ ଗିରଫ କରିଛି। ଟ୍ରକ ନମ୍ବର UP 12T 7895, ଜବତ କରିବା ସହ ଟ୍ରକ ରୁ ୭୮ ଖଣ୍ଡ କେନ୍ଦୁ କାଠ,୮୬ ଖଣ୍ଡ ଖଇର କାଠ ଜବତ କରିବା ସହ ଛତିଶଗଡ ରାଇଗଡ ଜିଲ୍ଲା ଭାକୁରା ଗ୍ରାମ ର ଗୋକୁଳ ଲୁହାର ଓ କଣ୍ଟାବାଞ୍ଜି ଚିଙ୍ଗିରି ପଡ଼ା ର ମନୋଜ ମେହେର କୁ କେସ ନମ୍ବର ୨୮୨ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

Ad..


ତେବେ ଗାଡ଼ି କାଗଜ ପତ୍ର ଯାଞ୍ଚ ଓ ଅଭିଯୁକ୍ତ ଙ୍କୁ ଗିରଫ କରିବା ରେ ବେଲପଡ଼ା ଥାନା ଅଧିକାରୀ (ଓଆଇସି)ଅନନ୍ତ ପ୍ରଧାନ ଙ୍କ ସହ s.i ପି କେ ନାଏକ,Asi ବି ବିଶି, ହାବିଲଦାର ଏସ ସାହୁ, କନଷ୍ଟେବଳ ଏଲ୍ ସୋରେନ,ହୋମ ଗାର୍ଡ ଏଚ ଶଗଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।





Edited by k.s thakur...

Post a Comment

Previous Post Next Post