ସରକାର ମାଗଣା ଦେଇଛନ୍ତି: ଚାଳକ ନେଉଛନ୍ତି ମୋଟା ଅଙ୍କର ଟଙ୍କା...

ସରକାର ମାଗଣା ଦେଇଛନ୍ତି: ଚାଳକ ନେଉଛନ୍ତି ମୋଟା ଅଙ୍କର ଟଙ୍କା...


ବରଗଡ଼,୧୧/୧୦ :- ସରକାର ମାଗଣା ଦେଉଛନ୍ତି ମାତ୍ର ଚାଳକ ନେଉଛନ୍ତି ମୋଟ ଅଙ୍କର ଟଙ୍କା । ଘଟଣାଟି ହେଲା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାର ବିଭିନ୍ନ ବ୍ଲକ ସହର ଗାଁ ରୁ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି ଏପରିକି ପୋଡ଼ାଶୀ ରାଜ୍ୟ ଛତିଶଗଡ଼ରୁ ମଧ୍ୟ ଅନେକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି।

             Ad..


ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନଙ୍କ ପାଇଁ ସରକାର ନିଶୁଳ୍କ ସେବା ୧୦୮ ଆମ୍ବୁଲାନ୍ସ ର ବ୍ୟବସ୍ଥା କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ରୋଗୀ ମୃତ୍ୟବରଣ କଲେ ମାଗଣାରେ ଘରକୁ ଶବ ନେଇଯିବା ପାଇଁ ମହାପ୍ରୟାଣ ଗାଡିର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି ଯାହା ଅନ୍ତଃ ଜିଲ୍ଲା ମଧ୍ୟରେ ସମ୍ପୂର୍ଣ୍ଣ ମାଗଣା ରହିଥାଏ । 

Ad..


ସରକାର ମାଗଣା ଯୋଜନା ରଖିଥିବା ବେଲେ ଚାଳକ ମାନେ ରୋଗୀ ତଥା ତାଙ୍କର ପ୍ରିୟଜନ ମାନଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବଡ଼ ସାହାଜବାହାଳ ଗ୍ରାମରୁ ପୂର୍ଣଚନ୍ଦ୍ର ସାହୁ ଗତ ସୋମବାର ଦିନ ତାଙ୍କର ବାପା ପ୍ରହଲ୍ଲାଦ ସାହୁଙ୍କୁ ଚିକିତ୍ସା କରାଇବା ପାଇଁ ଆଣିଥିଲେ। 

Ad..


ପ୍ରହଲ୍ଲାଦ ସାହୁଙ୍କୁ ଝାଡା ବାନ୍ତି ହେଉଥିବା ବେଳେ ସେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାଇରିଆ ବିଭାଗରେ ଚିକିତ୍ସିତ ହେଉଥିଲେ ମାତ୍ର ଗତକାଲି ବୁଧବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ପ୍ରହଲ୍ଲାଦ(୬୦)ଙ୍କ ମୃତ୍ୟୁବରଣ ହୋଇଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ମହାପ୍ରୟାଣ ଗାଡି ସାହାଯ୍ୟରେ ମୃତ ଶବ ନିଜ ଘରକୁ ନେଇଯାଇଥିଲେ। 

ଶବ ପହଞ୍ଚିବା ପରେ ଗାଡି ଚାଳକ ତାଙ୍କୁ ଗାଡି ଭଡା ବାବଦକୁ ୩୦୦୦ (ତିନି ହଜାର) ଟଙ୍କା ମାଗିଥିଲେ ଓ ଟଙ୍କା ନଦେବା ଯାଏ ସେଇଠି ଛିଡା ରହିଥିଲେ । ପରେ ୩ହଜାର ଟଙ୍କା ପାଇବା ପରେ ସେ ଉକ୍ତ ସ୍ଥାନରୁ ବହାରିକି ଆସିଥିଲେ। ପରିବାର ଲୋକେ ରସିଦ ମାଗିବାରୁ ରସିଦ ଦିଆଯାଉନଥିବା ବିଷୟରେ କହିଥିଲେ। 

ଆଜି ଏନେଇ ପରିବାର ଲୋକେ ମୁହଁ ଖୋଲିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଜିଲ୍ଲା ପ୍ରଶାସନ ବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post