ଟିଟିଲାଗଡ ରେ ଖ୍ରୀଷ୍ଟୀୟ ଉଦ୍ଧିପନା ସଭା ଅନୁଷ୍ଠିତ...
ଟିଟିଲାଗଡ଼,୧୨/୧୦ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳ। ଠାରେ ନର୍ଥ ଇଣ୍ଡିଆ ମିଶନ ଫିଲ୍ଡ ତରଫରୁ ଡି. ଏମ.ପି.ବି.ଚର୍ଚ୍ଚ ଅଫ ସାଉଥ୍ ଇଣ୍ଡିଆ,କନ୍ୟାକୁମାରୀ ଡ଼ ଇଓସିସ ଆନୁକୁଲ୍ୟରେ ଦୁଇ ଦିନ ଧରି ଖ୍ରୀଷ୍ଟୀୟ ଉଦ୍ଧିପନା ସଭା ଅନୁଷ୍ଠିତ ହୋଇଛି।
Ad..
ଉକ୍ତ ସଭାରେ କନ୍ୟାକୁମାରୀ ରୁ ରେଭ.ଡକ୍ଟର ଡି, ସୁନ୍ଦରିଆ ପଣ୍ଡିଆନ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଏଲିଜବେଥ ସୁନ୍ଦରିଆ ପାଣ୍ଡିଆନ ପବିତ୍ର ଶାସ୍ତ୍ର ବାଇବଲ ରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ର ଉପସ୍ଥିତ ଶହଶହ ସଂଖ୍ୟାରେ ଯୋଗ ଦେଇଥିବା ସମସ୍ତଙ୍କୁ ଯିଶୁ ଖ୍ରୀଷ୍ଟଙ୍କ ବାଣୀ ପ୍ରଚାର କରିଥିଲେ।
Ad..
ଉକ୍ତ ସଭାରେ ଟିଟିଲାଗଡ ମ୍ୟୁନିସପାଲିଟି ଅଧ୍ୟକ୍ଷା ,ସମ୍ମାନୀୟ। ଶ୍ରୀମତୀ ମମତା ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ ଟିଟିଲାଗଡ ଓ ସାରା ଓଡ଼ିଶା ତଥା ସର୍ବ ଭାରତୀୟ ସ୍ତରରେ ଯିଶୁପ୍ରଭୁ ଙ୍କ ପରି ଆମେ ସମସ୍ତେ ପରସ୍ପରକୁ ଭଲପାଇ ଦେଶକୁ ଭ୍ରାତୃ ଭାବ,ଓ ଏକତ। ରକ୍ଷା କରି ଜାତି ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଆଗକୁ ଉନ୍ନତି ପଥରେ ନେଇ ପାରିବ ବୋଲି ତାଙ୍କ ଭାଷଣ ଦେଇଥିଲେ।
Ad..
ଏପରିକି ଖ୍ରୀଷ୍ଟୀୟ ସଂପ୍ରଦାୟ ତାଙ୍କୁ ମୁଖ୍ୟ ଅତିଥିଭାବେ ଡାକି ଥିବାରୁ ସେ ନିଜକୁ ଭାଗ୍ୟବାନ ବୋଲି ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ଉକ୍ତ ସଭାରେ ଭାଇ ଉତ୍ତମ କୁମ୍ଭାର, ଅମରେନ୍ଦ୍ର ନନ୍ଦ,ପ୍ରଶାନ୍ତ ନାଗ,ଓ ଯୁବରାଜ ଜାଲ ସମେତ ସମସ୍ତ ଡ଼ି.ଏମ.ପିବି ମିଶନାରୀ ସହଯୋଗ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ଯୁବପୁଅଝିଅ ନାଚ ଗୀତ କରିଥିଲେ। ଶେଷରେ ଡି.ଏମ.ପି.ବି . କୋ ଓର୍ଡିନେଟର ୱାଏ,ବ୍ରହ୍ମିନ ସୁଥାହର ଧନ୍ୟବାଦ୍ ଅର୍ପଣ କରି ସଭା କୁ ସାଙ୍ଗ କରିଥିଲେ।
Edited by k.s thakur...




