ଲାଠୋରରୁ ଅପହୃତ ଶିଶୁ ହାଇଦ୍ରାବାଦରୁ ଉଦ୍ଧାର: ଜେଲ୍ ଗଲେ ଅଭିଯୁକ୍ତ ପ୍ରେମିକ, ପ୍ରେମିକା...
କୋମନା,୧୨/୧୦ : ବଲାଙ୍ଗୀର ଜିଲ୍ଲା ଲାଠୋର ବଜାରରୁ ଗତ ୩୦ ତାରିଖରେ ଅପହୃତ ୫ ବର୍ଷ ବୟସର ଶିଶୁପୁତ୍ରକୁ ପୁଲିସ ହାଇଦ୍ରାବାଦରୁ ଉଦ୍ଧାର କରିଛି। ଅପହରଣ କରିଥିବା ଅଭିଯୋଗରେ ଦୁର୍ଯ୍ୟୋଧନ ବରିହା ଓ ପଦ୍ମିନୀ ମାଝୀଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଛି।
Ad..
ଦୁହେଁ ଶିଶୁପୁତ୍ରକୁ ଭିକ୍ଷାବୃତ୍ତିରେ ଲଗାଇବାକୁ ଅପହରଣ କରିଥିବା ପୁଲିସ ତଦନ୍ତରୁ ଜାଣିପାରିଛି। ଏ ନେଇ ନୂଆପଡ଼ା ଜିଲ୍ଲା କୋମନା ଥାନାରେ ନୂଆପଡ଼ା ଏଏସ୍ପି ଇନ୍ଦ୍ରମଣି ବେହେରା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
Ad..
କୋମନା ଥାନା ଲୋହୋଡ଼ପାଲି ଗାଁର ଅର୍ଜୁନ ବେମାଲ ଗତ ୩୦ ତାରିଖ ଦିନ ତାଙ୍କ ୫ ବର୍ଷ ବୟସର ପୁଅ ଓ ବଡ଼ଭାଇ ହରି ବେମାଲଙ୍କ ରକ୍ଷିତା ସ୍ତ୍ରୀ ପଦ୍ମିନୀ ମାଝୀଙ୍କ ସହ ନିକଟସ୍ଥ ବଲାଙ୍ଗୀର ଜିଲ୍ଲା ଲାଠୋର ବଜାରକୁ ଯାଇଥିଲେ। ଅର୍ଜୁନ ଗୋଟିଏ ସ୍ଥାନରେ ତାଙ୍କ ପୁଅକୁ ପଦ୍ମିନୀଙ୍କ ପାଖରେ ରହିବାକୁ କହି କିଛି କିଣାକିଣି କରିବାକୁ ଯାଇଥିଲେ। ଅର୍ଜୁନ ବଜାର ସାରି ଫେରିବା ପରେ ଶିଶୁପୁତ୍ର ଓ ପଦ୍ମିନୀଙ୍କୁ ପାଇ ନଥିଲେ।
Ad..
ବହୁ ଖୋଜାଖୋଜି ପରେ ବି ନିରାଶ ହୋଇଥିଲେ। ଅର୍ଜୁନଙ୍କ ଅଭିଯୋଗ ଆଧାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପଦ୍ମିନୀଙ୍କ ମୋବାଇଲ୍ ଟ୍ରାକ୍ କରି ସେ ହାଇଦ୍ରାବାଦରେ ଥିବା ଜାଣିପାରିଥିଲା। ଏସ୍ଆଇ ବିଷ୍ଣୁପ୍ରସାଦ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଯାଇ ହାଇଦ୍ରାବାଦ ରାଜକେଣ୍ଡା ଥାନା ରାମୋଜୀ ଫିଲ୍ମସିଟିରୁ ନାବାଳକକୁ ଉଦ୍ଧାର କରିଥିଲା। ସେଠାରୁ ପଦ୍ମିନୀ ଓ ତାଙ୍କ ପ୍ରେମିକ ଦୁର୍ଯ୍ୟୋଧନ ବରିହାଙ୍କୁ ଗିରଫ କରି କୋମନା ଆଣିଥିଲା।
ସେମାନେ ଭିକ୍ଷାବୃତ୍ତିରେ ନିୟୋଜିତ କରିବା ଲାଗି ଶିଶୁପୁତ୍ରକୁ ଅପହରଣ କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ। ଅଭିଯୁକ୍ତଦ୍ବୟଙ୍କୁ ପୁଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଡାକ୍ତରୀ ପରୀକ୍ଷା ପରେ ଶିଶୁକୁ ମା’ ରାଜକୁମାରୀ ବେମାଲଙ୍କୁ ହସ୍ତାନ୍ତର କରାଯାଇଥିବା ଏଏସ୍ପି ଶ୍ରୀ ବେହେରା କହିଛିନ୍ତି। ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ସୁମନ୍ତ ନାଏକ, ଏସ୍ଆଇ ବିଷ୍ଣୁ ପ୍ରଧାନ, ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ଦୀନେଶ ପିଙ୍ଗୁଆ, ବୀରେନ୍ଦ୍ର ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...
Tags:
2 arrested
bolangir
boy missing
found from Hyderabad
komna
latest news
latest update
lathor
nuapada




