ଉଦ୍ଧାର ହେଲା ମହାନଦୀରେ ବୁଡ଼ି ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ...

ଉଦ୍ଧାର ହେଲା ମହାନଦୀରେ ବୁଡ଼ି ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ...


ସମ୍ବଲପୁର,୧୨/୧୦  : ମହାନଦୀରେ ଭାସି ଯାଇ ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିବା ସମୟରେ ସମଲେଶ୍ୱରୀ ଘାଟରୁ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ଛାତ୍ର ଦ୍ବୟ ହେଲେ, ଏସ୍‌. କନିକ୍ସ ଓ ହିମାଂଶୁ। ଦୁହିଁଙ୍କ ଘର କ୍ଷେତରାଜପୁର ତିୱାରୀ ଗଳିରେ ଏବଂ ସେମାନେ କ୍ଷେତରାଜପୁର ବାଳିକା ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ର।

Ad..


ଗତକାଲି ସେମାନେ ସମ୍ବଲପୁର ସହରସ୍ଥିତ ସଡ଼କଘାଟରେ ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଗାଧୋଉଥିବା ବେଳେ ନଦୀରେ ଭାସି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌‌ ଓ ସ୍ଥାନୀୟ ପୁଲିସ ପହଞ୍ଚି ଖୋଜାଖୋଜି କରିଥିଲେ। 

Ad..


ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜିବା ପରେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନଥିଲା। ଏହାପରେ ରାତି କାରଣରୁ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ବନ୍ଦ ରଖିଥିଲେ। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ କରିବା ସମୟରେ ସମଲେଶ୍ୱରୀ ଘାଟରୁ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

           Ad..


ସୂଚନାନୁସାରେ, ୩ ସାଙ୍ଗ ରୋନକ ଶୁକ୍ଳା, ଏସ୍‌. କନିକ୍ସ ଓ ହିମାଂଶୁ ମନ୍ଦଳିଆ ଖେଳିଯାଉଛୁ ବୋଲି କହି ଘରୁ ଆସିଥିଲେ। ପ୍ରଥମେ ସେମାନେ ମହାନଦୀର ସଡ଼କଘାଟ ନିକଟକୁ ଆସିଥିଲେ। ଏସ କନିକ୍ସ ଓ ହିମାଂଶୁ ପାଣିରେ ଗାଧୋଇବା ବୋଲି ରୋନକକୁ କହିଥିଲେ। କିନ୍ତୁ ରୋନକ ମନା କରିଦେଇଥିଲା। 

କନିକ୍ସ ଓ ହିମାଂଶୁ ପାଣି ଭିତରକୁ ପଶିବା କ୍ଷଣି ଗୋଡ଼ ଖସି ଯାଇଥିଲା ଓ ସେମାନେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଏହା ଦେଖି କୂଳରେ ଠିଆ ହୋଇଥିବା ରୋନକ୍‌ ଚିତ୍କାର କରି ସମସ୍ତଙ୍କୁ ଡାକ ପକାଇଥିଲା। ସ୍ଥାନୀୟ ଲୋକ ପ୍ରଥମେ ଆଖପାଖରେ ଖୋଜିଥିଲେ ମଧ୍ୟ ନ ପାଇବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।





Edited by k.s thakur...


Post a Comment

Previous Post Next Post