ଦ୍ୱାରି ଗ୍ରାମରେ ଝାଡା ବାନ୍ତି ସମୀକ୍ଷା କଲେ ବିଧାୟକ ଇରାଶିଷ ଆଚାର୍ଯ୍ୟ...
(ବ୍ୟାପୁଛି ଝାଡ଼ାବାନ୍ତି: ପ୍ରଶାସନ ନିଦାବିଷ୍ଣୁ, ୪ମୃତ,୩୫ ଆକ୍ରାନ୍ତ...ଦୁଷିତ ଜଳ ବ୍ୟବହାର ମୁଖ୍ୟ କାରଣ: ସିଡିଏମଓ)
ଅମ୍ବାଭୋନା,୧୧/୧୦ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ରେ ଦିନ କୁ ଦିନ ଝାଡ଼ାବାନ୍ତି ବଢ଼ିବାରେ ଲାଗିଛି।ଦିର୍ଘ ଏକ ସପ୍ତାହ ଧରି ଦ୍ବାରୀ ଗ୍ରାମର ତଲିପଡାବାସୀଙ୍କୁ ଝାଡ଼ାବାନ୍ତି ଅସ୍ତବ୍ୟସ୍ତ କରିଦେଇଛି। କମିବାର ନାଁ ଧରୁନାହିଁ।
Ad..
ଭୟରେ ଲୋକମାନେ ଗାଁ ଛାଡ଼ି ବନ୍ଧୁ ବାନ୍ଧବ ଙ୍କ ଆଶ୍ରୟ ନେବାକୁ ଅଣ୍ଟା ଭିଡିଛନ୍ତି। ବିଗତ ଅକ୍ଟୋବର ୪ ତାରିଖରୁ ଦ୍ବାରୀ ତଳିପଡା ରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଏକ ସପ୍ତାହ ବିତିଗଲାଣି ହେଲେ ସ୍ଥିତି ସଙ୍ଗୀନ ହେବା ଉପରେ।
Ad..
ସପ୍ତାହ ମଧ୍ୟରେ ଝାଡାବାନ୍ତି ରେ ୪ଜଣ ଆକ୍ରାନ୍ତ ଙ୍କ ମୁଲ୍ଯବାନ ଜୀବନ ଚାଲି ଯାଇଥିଲେ ମଧ୍ୟ ସ୍ଵାସ୍ଥ୍ୟବିଭାଗର ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। କେବଳ ସମୀକ୍ଷା, ନମୁନା ସଂଗ୍ରହ ଓ ହେଲୋଜେନ ଟେବଲେଟ ବଣ୍ଟନ ରେ ସୀମିତ ରହିଛି। ଆକ୍ରାନ୍ତମାନଙ୍କ ପାଇଁ ସ୍ବତନ୍ତ୍ର କ୍ବାରେଣ୍ଟାଇନ ବ୍ୟବସ୍ଥା ନାହିଁଁ।
Ad..
ଅମ୍ବାଭୋନା ବ୍ଳକ ଜଳ ଓ ପରିମଳ ବିଭାଗ ତରଫରୁ ଦ୍ବାରୀ ଗ୍ରାମରେ ପାନୀୟ ଜଳ ଯୋଗାଣ ବିଭାଗ ର ଖାମଖିଆଲି ନୀତି ଯୋଗୁ ଚାରି ଚାରିଟା ଜୀବନ ଚାଲିଯାଇଛି ହେଲେ ବିଭାଗୀୟ କାର୍ଯାନୁଷ୍ଠାନ ନାହିଁ। ଦ୍ବାରୀ ତଲିପଡାକୁ ପ୍ଳାଷ୍ଟିକ ପାଇପ ଯୋଗେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ରହିଛି।
ନର୍ଦ୍ଦମା ଦେଇ ଯାଇଥିବା ପାଇପ ଫାଟିଯିବାରୁ ଦୁଷିତ ପାଣି ପାନୀୟ ଜଳରେ ମିଶି ଏହି ଭୟାନକ ସ୍ଥିତି ସୃଷ୍ଟି କରିଛି।ମାତ୍ର ବିଭାଗୀୟ ଯନ୍ତ୍ରୀଙ୍କ ଦାୟିତ୍ବ ହିନତା ଯୋଗୁଁ ସାଧାରଣ ଲୋକେ ଠିକ୍ ଭାବରେ ବିଶୁଦ୍ଧ ଜଳ ପାଇବାରୁ ବଞ୍ଚିତ ରହିଛନ୍ତି।ଏ ପଟେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ଟିମ ନେଇଥିବା ନମୁନା ରିପୋର୍ଟ ଅନୁଯାୟୀ ପାନୀୟ ଜଳରେ ଡାଇରିଆ ଜିବାଣୁ ରହିଛି। ଫଳରେ ବ୍ୟବହାର କରିଥିବା ଲୋକମାନଙ୍କୁ ଝାଡ଼ାବାନ୍ତି ବ୍ୟାପିଛି। ବରଗଡ଼ ସିଡିଏମଓ ଶ୍ରୀମତୀ ନିରୁପମା ଷଡ଼ଙ୍ଗୀ ଏହା ପ୍ରକାଶ କରିଛନ୍ତି।
ସ୍ବାସ୍ଥ୍ୟ ବିଭାଗ ଅମ୍ବାଭୋନା ଜଳ ଓ ପରିମଳ ବିଭାଗ ଉପରେ ଦୋଷ ଲଦି ଖସି ଯିବାକୁ ଚେଷ୍ଟା କରିଛି। ମାତ୍ର ଏଯାବତ ଦ୍ବାରୀ ଗ୍ରାମରେ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା ପାଇଁ କେମ୍ପ କରାଯାଇନାହିଁ। କେବଳ ସମୟ ସମୟରେ ଡାକ୍ତରୀ ଟିମ ପହଞ୍ଚି ହେଲୋଜେନ ବଟିକା ମିଶାଇ ଗରମ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। ଝାଡ଼ାବାନ୍ତିରେ ଅକ୍ଟୋବର ୪ତାରିଖ ଦିନ ଗ୍ରାମର କରୁଣାକର ଭୋଇ ୫୫ବର୍ଷଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ନୁତନ ଛତ୍ର ୬୨ବର୍ଷଙ୍କ ମୃତ୍ୟୁ ଘଟିଛି।
ଶୁକ୍ରବାର ଦିନ କ୍ଷମାନିଧି ପଧାନ ୬୫ବର୍ଷ ଓ ଲଲିତା ବାଗ ୪୫ ବର୍ଷ ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଦ୍ୟାବଧି ୩୫ ଜଣ ଆକ୍ରାନ୍ତ ବିଭିନ୍ନ ସ୍ଥାନରେ ଓ ଘରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଅମ୍ବାଭୋନା ବ୍ଲକ ର ଦ୍ୱାରି ଗ୍ରାମ ରେ ଝାଡା ବାନ୍ତି ର ସମୀକ୍ଷା କଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ।
ଶ୍ରୀ ଆଚାର୍ଯ୍ୟ ଦ୍ୱାରି ଗ୍ରାମର ଦ୍ୱାରିକାଧିଶ ଉଚ୍ଚ ବିଦ୍ୟାଳୟ ଠାରେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା କରାଯାଇଥିବା ଡ଼ାଇରିଆ ଚିକିତ୍ସା ଶିବିର କୁ ପରିଦର୍ଶନ କରି ରୋଗୀ ତଥା ଚିକିତ୍ସା ପାଇଁ ସୁବିଧା ଅସୁବିଧା ପଚାରି ବୁଝି ଥିଲେ। ଗୁରୁବାର ଉକ୍ତ ଶିବିରରେ ୧୭ ଜଣ ରୋଗୀଙ୍କୁ ଚିକତ୍ସା କରାଯାଇଥିବା ବେଳେ ତନ୍ମଧ୍ୟରୁ ଗୁରୁତର ତିନି ଜଣ ଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା।
ଉକ୍ତ ଶିବିର ରେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡା. ଟେମରାମ ଦେହେରି ଙ୍କ ନେତୃତ୍ୱରେ ଆୟୁଷ ଡା.ପ୍ରଶାନ୍ତ ପଣ୍ଡା, ଫାର୍ମାସିଷ୍ଟ ଦିନ ଦୟାଲ ପଟେଲ, ସୁପରଭାଇଜର ଗୋବିନ୍ଦ ପଧାନ, ସ୍ୱାସ୍ଥ୍ୟ କର୍ମୀ ଗିରିଧାରୀ ଅଗ୍ରୱାଲ, ଜ୍ଞାନବନ୍ତ ଡନ ସନା, ଏକଲବ୍ୟ ପ୍ରଧାନ, ସିଏଚ ଓ ପୁଷ୍ପା ଓରାମ, ରାଜେଶ ଖମାରୀ ପ୍ରମୁଖ ଶିବିରରେ ଉପସ୍ଥିତ ଥିବାବେଳେ ସ୍ଥାନୀୟ ଆଶା କର୍ମୀ ଉର୍ମିଳା ମହାକୁର, ରୁକ୍ମଣୀ ପ୍ରଧାନ ଙ୍କ ସହିତ ସମସ୍ତ ଅଙ୍ଗନବାଡି କର୍ମୀ ସହାୟତା କରିଥିଲେ। ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଭୋଇ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ବରଗଡ଼ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହୋଇଛି।
Report : Bijay ku sahu
Edited by k.s thakur...




