ନିଗମାନନ୍ଦ ବିହାର ରେ ରାମାୟଣ ପାଠ ଓ ସତସଙ୍ଗ ଅନୁଷ୍ଟିତ...
ବରଗଡ଼,୧୭/୧୦ : ବରଗଡ଼ ୱାର୍ଡ ନ ୧ ନିଗମାନନ୍ଦ ବିହାର କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ରାମାୟଣ ପାଠ ଓ ସତସଙ୍ଗ ଅନୁଷ୍ଟିତ ହୋଇ ଯାଇଛି।ପଡ଼ା ବାସୀ ଙ୍କ ତରଫରୁ ଭାଗିରଥି ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ମହିମା ପ୍ରଧାନ କର୍ତ୍ତା ଦାୟିତ୍ବ ବହନ କରି ପୂଜା ଅର୍ଚ୍ଚନା କରିଥିଲେ।
Ad..
ପଡ଼ା ର ବରିଷ୍ଠ ନାଗରିକ ଙ୍କ ଉଦ୍ୟମ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିବେକାନନ୍ଦ ବହିଦାର ବ୍ୟାସ ଭାବେ ମଞ୍ଚାସୀନ ହୋଇ ରାମାୟଣ ପାଠ କରିଥିଲେ। ଏହି ଅବସର ରେ ଅନୁଷ୍ଟିତ ସତସଙ୍ଗ ରେ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଯୋଗ ଦାନ କରି ରାମ କଥା ପଠନ ଓ ଶ୍ରବଣ ମଣିଷ ର ଉଚ୍ଚାରଣ ଓ ଆଚରଣ କୁ ମାର୍ଜିତ କରେ ବୋଲି ପରିପ୍ରକାଶ କରି ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଚନ୍ଦ୍ର ଙ୍କ ଆଦର୍ଶ ସମସ୍ତ ଙ୍କ ପାଇଁ ଅନୁକରଣୀୟ ବୋଲି ଉଲ୍ଲେଖ କରିବା ସହ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ।
Ad..
ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ର ଶେଖର କମ୍ପ ,ସନ୍ତୋଷ ପଣ୍ଡା ପ୍ରମୁଖ ଭଜନ ଓ କୀର୍ତ୍ତନ ପରିବେଷଣ କରିଥିଲେ ।କାର୍ଯ୍ୟକ୍ରମ ରେ ପଡ଼ା ର ଶତାଧିକ ମହିଳା ପୁରୁଷ ସାମିଲ ହୋଇ ସତସଙ୍ଗ ଶ୍ରାବଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ପଡ଼ାବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଉପସ୍ଥିତ ସମସ୍ତ ଭକ୍ତ ସାମୁହିକ ପ୍ରସାଦ ସେବନ କରିଥିଲେ।
Report : Bijay ku sahu
Edited by k.s thakur...



