ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଉଦ୍ଧାରହେଲେ ୬ ମତ୍ସ୍ୟଜୀବୀ...
ବାଲେଶ୍ବର,୧୭/୧୦ : ମଝି ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା। ମାଛ ମାରିବାକୁ ଯାଇଥିବାବେଳେ ବୁଡ଼ିଲା ଡଙ୍ଗା। ୬ ମତ୍ସ୍ୟଜୀବୀ ଉଦ୍ଧାର, ୨ ଜଣଙ୍କ ଅବସ୍ଥା ଗୁରୁତର। ବାଲେଶ୍ବର ଜିଲ୍ଲା ତାଳସାରୀ ମୁହାଣରେ ବୁଡ଼ିଲା ମାଛଧରା ଡଙ୍ଗା। ମାଛ ଧରି ଫେରିବା ବେଳେ ବୁଡ଼ିଲା ଡଙ୍ଗା, ବର୍ତ୍ତିଗଲେ ମତ୍ସ୍ୟଜୀବୀ । ୨ ଜଣଙ୍କୁ ଦୀଘା ମେଡିକାଲରେ ଭର୍ତ୍ତି, ଅନ୍ୟ ଏକ ଡଙ୍ଗାରେ ଫେରିଲେ।
Ad..
ସମୁଦ୍ରରେ ଉଚ୍ଚ ଜୁଆର ଆସିବାରୁ ଅନ୍ୟ ଏକ ଡ଼ଙ୍ଗା ସହ ଧକ୍କା ହେବା ଯୋଗୁଁ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗାରେ ଥିବା ୬ଜଣ ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଦୀଘା ହସପିଟାଲରେ ଭର୍ତ୍ତି କରାଯାଇଛି ।
Ad..
ସେପଟେ ଡଙ୍ଗାର ମାଲିକ ଜଣକ କହିଛନ୍ତି ତାଳସାରୀ ବେଳାଭୂମି ଠାରୁ ପାଖାପାଖି ୨ କି.ମି ସମୁଦ୍ର ଭିତରେ ଏଭଳି ଦୁର୍ଘଟଣା ଘଟି ଥିବା ବେଳେ ଡ଼ଙ୍ଗା ସମେତ ସେଥିରେ ଥିବା ଇଲିସି ମାଛ, ଜାଲ ସମୁଦ୍ର ଭିତରେ ବୁଡି ରହିଛି।
Edited by k.s thakur...



