ପଦ୍ମପୁର ପାର୍ବଣ ସମୟ ଦିର୍ଘ ଘଣ୍ଟା ଧରି ମଝି ସହରରେ ପଡ଼ିରହିଛି ଶବ...
ବରଗଡ଼,୧୨/୧୦ : ଦଶହରା ସମୟ, ମଝି ସହରରେ ପଡିରହିଛି ଅଜଣା ଶବ । ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଦୈନିକ ବଜାର ରେ ଦିର୍ଘ ୧୨ ଘଣ୍ଟା ଧରି ପଡ଼ିରହିଛି ଶବ।
Ad..
ଦୈନିକ ବଜାର ପରିଷରରେ ରହି ଭିକ୍ଷାମାଗି ପେଟ ପୋଷୁଥିବା ଜଣେ ଅପରିଚିତ ବ୍ଯକ୍ତି ଆଜି ସକାଳୁ ମରି ପଡିଥିବା ବେଳେ ସ୍ଥାନୀୟ ବଜାରରେ ବ୍ଯବସାୟ କରୁଥିବା ଲୋକମାନେ ପୋଲିସ କୁ ଖବର ଦେଇଥିଲେ ହେଲେ ଆଜି ସକାଳୁ ପଦ୍ମପୁର ଥାନା ରେ ଦଶହରା ପାଳନ ହେଉଥିବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିଲେ...
Ad..
ସ୍ଥାନୀୟ ଲୋକମାନେ ଶେଷରେ ପଦ୍ମପୁର ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ବି ଜଣାଇଲେ ହେଲେ କେହି ଶୁଣିନଥିବା ରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ପଡ଼ିରହିଛି ଶବ।
Ad..
ବର୍ତ୍ତମାନ ଦଶହରା ସମୟ ଲୋକଙ୍କ ଭିଡ଼ ଓ ଭୋଗ ଭାତରେ ଜନସାଧାରଣ ମସଗୁଲ ଥିବାବେଳେ ମଝି ସହରର ବଜାର ଭିତରେ ଶବ ପଡିରହିଥିବା ରୁ ସ୍ଥାନୀୟ ସହରବାସୀ ଙ୍କ ମନରେ ଉକ୍ତ ଘଟଣା ଦୁଃଖଦ ହୋଇଛି।
Report : Bijay ku sahu
Edited by k.s thakur...




