ରାଜ ବୋରା ସମ୍ବର ଉଚ୍ଚ ବିଦ୍ୟାଳୟ 88 ବ୍ୟାଚ ବା ପ୍ରୟାସର ବନ୍ଧୁ ମିଳନ...

ରାଜ ବୋରା ସମ୍ବର ଉଚ୍ଚ ବିଦ୍ୟାଳୟ 88 ବ୍ୟାଚ ବା ପ୍ରୟାସର ବନ୍ଧୁ ମିଳନ...


ପଦ୍ମପୁର,୧୩/୧୦ : ସ୍ଥାନୀୟ ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପଠାରେ ସ୍ବେଛାସେବୀ ସଂଗଠନ ପ୍ରୟାସ, ପଦ୍ମପୁର ତରଫରୁ ସଭାପତି ପ୍ରକାଶ ମେହେରଙ୍କର ଅଧ୍ୟକ୍ଷତା ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। 

Ad..


ସର୍ବ ପ୍ରଥମେ ସମ୍ପାଦକ ସୁମନ୍ତ ସାହୁ ବିବରଣୀ ପଠନ କରିଥିଲେ। ପ୍ରୟାସ''ପଦ୍ମପୁରର ସଦସ୍ୟ ମାନ୍ୟବର ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ, ସଂସଦୀୟ ବ୍ୟାପାର, ଆଇ.ଟି ମନ୍ତ୍ରୀ ମୁକେଶ ମହାଳିଙ୍ଗ ଯୋଗ ଦେଇ ଆଗାମୀ ଦିନରେ ସଂଗଠନର ଜନ କଲ୍ୟାଣ କାରି ଯୋଜନାକୁ ବିସ୍ତୃତ କରିବାକୁ ବକ୍ତବ୍ୟ ରଖିଥିଲେ। 

Ad..


ଏଥି ସହ ଆସନ୍ତା କାଲି ନାରୀ ଶକ୍ତି ରୂପିଣୀ, ସର୍ବଙ୍ଗ ସହା ଏଣୁ 'ଶକ୍ତି ସ୍ୱରୂପା ' କାର୍ଯ୍ୟକ୍ରମ ହାତକୁ ନେଇ ନବମୀ ତିଥିରେ ଜନ୍ମ ନେଇଥିବା ଏକ ଶିଶୁକନ୍ୟାଙ୍କୁ ଫୁଲ ଚନ୍ଦନରେ ସ୍ୱାଗତ କରି ନାରୀ ଙ୍କୁ ଅଧିକ ସଶକ୍ତ କରିବାକୁ ବାର୍ତା ରଖିଥିଲେ। ଡାକ୍ତର ସଞ୍ଜିତ ମିଶ୍ର ପ୍ରେରଣା ଟ୍ରଷ୍ଟରୁ 'ପ୍ରୟାସ ', ପଦ୍ମପୁର ପ୍ରତି ସହଯୋଗ ରଖିବାକୁ ଘୋଷଣା କରିଥିଲେ। 

Ad..


ରଘୁନାଥ ପୁରୀ, ପ୍ରମୋଦ ପଣ୍ଡା, ଈଶ୍ୱର ସାହା, ଡାକ୍ତର ସୁଭାଶିଷ ମହାନ୍ତି ପ୍ରମୂଖ ନିଜ ନିଜର ସାଙ୍ଗଠନିକ ଭବିଷ୍ୟତ ରୂପ ରେଖ ଉପରେ ଆଲୋକ ପାତ କରିଥିଲେ। ଦିଲ୍ଲୀପ ବାରିକ, ଗୋପାଲ ପଣ୍ଡା, ସରୋଜପ୍ରସାଦ ଷଡ଼ଙ୍ଗୀ ସଭା ସଂଯୋଜନା କରି ଥିଲେ। 50 ରୁ ତଦୁର୍ଧ୍ଵ ସଦସ୍ୟ ଉପସ୍ଥିତ ଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ନୂତନ କର୍ମକର୍ତାଙ୍କ ସ୍ତର ରେ  ସାମାନ୍ୟ ପରିବର୍ତନ କରି ସମ୍ପାଦକ ଭାବରେ ଡାକ୍ତର ସଞ୍ଜିତ ମିଶ୍ର, ଯୋଜନା ଅଧିକାରୀ ରବୀନ୍ଦ୍ର ମୋହନ ଦାଶ, ମେଡ଼ିଆ ସଂଯୋଜକ ରଘୁନାଥ ପୁରୀ, କୋଷlଧ୍ୟକ୍ଷ ବ୍ରଜ ମୋହନ ସାହୁଙ୍କୁ ମନୋନୀତ କରାଯାଇଥିଲା ବରିଷ୍ଠ ସଦସ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ, ସୁରେଶ ସାହୁ,ଏଡ଼ଭାଇଜର,ଭାବରେ ମନୋନୀତ କରାଯାଇଥିଲା। ପରିଶେଷରେ ରବୀନ୍ଦ୍ର ମୋହନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post