କୃଷି ଉପଯୋଗୀ ପୋଖରୀର ପୁନଃଉଦ୍ଧାର...
ପାଇକମାଲ,୦୧/୧୦ : ମହାଶକ୍ତି ଫାଉଣ୍ଡେସନ ଏବଂ ଏଲଟିଆଇମାଇଣ୍ଡ ଟ୍ରି ମିଳିତ ଆନୁକୁଲ୍ୟରେ ବରତୁଣ୍ଡା ପଞ୍ଚାୟତର କଲୋନୀ ଗ୍ରାମରେ ଏକ କୃଷି ଉପଯୋଗୀ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ସରପଞ୍ଚ ରିତା ସୁନା ଦ୍ଵାରା ଶୁଭାରମ୍ଭ କରାଯାଇଛି।
Ad..
ଏହି ପୋଖରୀ ହେବା ଦ୍ୱାରା ୩୦/୩୫ ଏକର ଜମିକୁ ଜଳସେଚନ ପାଇଁ ସୁବିଧା ହେବ ବୋଲି ଚାଷୀମାନେ ଖୁସି ବ୍ୟକ୍ତ କରି ଥିଲେ।ରବି ଫସଲ ପାଇଁ ମଧ୍ୟ କିୟଦଂଶ ବ୍ୟବହାର ହୋଇପାରିବ। ଏହି ପୋଖରୀ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସରପଞ୍ଚ ଓ ଗ୍ରାମର ଚାଷୀମାନେ ମହାଶକ୍ତି ଫାଉଣ୍ଡେସନକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
ଆଗାମୀ ଦିନରେ ମହାଶକ୍ତି ଫାଉଣ୍ଡେସନ ଗ୍ରାମର ସମସ୍ତ ପ୍ରକାରର ଶିକ୍ଷା, ସ୍ବାସ୍ଥ୍ୟ ସେବା, କୃଷିଭିତ୍ତିକ କାର୍ଯ୍ୟ , ଧନ୍ଦା ମୁଳକ ଶିକ୍ଷା ଓ ଦକ୍ଷତା ପରି ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ଅତିରିକ୍ତ ବ୍ଲକ ସଂଯୋଜକ - ଅଜିତ ପୁଟା ଓ ପବିତ୍ର ଭୋଇ ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ସି ଆର ପି - ନଟବର ପ୍ରଧାନ ସହଯୋଗ କରି ଥିଲେ।
Report : Bijay ku sahu
Edited by k.s thakur...


