ସରକାରଙ୍କ ପଶ୍ଚିମ ଓଡ଼ିଶାରେ ଚିଡ଼ିଆଖାନା ପ୍ରସ୍ତାବ : ନୃସିଂହନାଥ ପର୍ଯ୍ୟଟନ ସ୍ଥଳୀ ରେ ସ୍ଥାପନା ପାଇଁ ସ୍ଥାନୀୟ ଅଂଚଳରେ ଦାବି...

ସରକାରଙ୍କ ପଶ୍ଚିମ ଓଡ଼ିଶାରେ ଚିଡ଼ିଆଖାନା ପ୍ରସ୍ତାବ : ନୃସିଂହନାଥ ପର୍ଯ୍ୟଟନ ସ୍ଥଳୀ ରେ ସ୍ଥାପନା ପାଇଁ ସ୍ଥାନୀୟ ଅଂଚଳରେ ଦାବି...


ବରଗଡ଼,୦୧/୧୦ : ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କଲେ ଯେ ପଶ୍ଚିମ ଓଡ଼ିଶା ରେ ଚିଡ଼ିଆଖାନା ହେବ। ଏହି ଖବର କୁ ନେଇ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ  ପର୍ଯ୍ୟଟନ ସ୍ଥଳୀ ନୃସିଂହନାଥ ଠାରେ ଚିଡ଼ିଆଖାନା ସ୍ଥାପନ କରିବା ପାଇଁ ସ୍ଥାନୀୟ ଦାବି ହେଉଛି। 

        Ad..


ପଶ୍ଚିମ ଓଡ଼ିଶାରେ ଦୁଇଟି ବଡ ପର୍ଯ୍ୟଟନ ସ୍ଥଳୀ ନୃସିଂହନାଥ ଓ ହରିଶଙ୍କର ରହିଛି। ବର୍ଷ ର ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟନ ଏହି ଦୁଇ ସ୍ଥାନକୁ ଭ୍ରମଣ ପାଇଁ ଆସନ୍ତି । ହରିଶଙ୍କର ଠାରେ ହରିଣ ପାର୍କ ଥିବାବେଳେ ନୃସିଂହନାଥ ଅଂଚଳ ରେ ଏଭଲି କିଛି ନାହିଁ ଫଳରେ ନୃସିଂହନାଥ ଠାରେ ଓଡ଼ିଶା ସରକାର ଙ୍କ ପ୍ରସ୍ତାବିତ ଚିଡ଼ିଆଖାନା କିମ୍ବା ଜୀବଜନ୍ତୁ ଙ୍କ ପାର୍କ ତିଆରି କରିବା ପାଇଁ ଦାବି ଉଠିଛି। 

ଗନ୍ଧମାର୍ଦ୍ଦନ ପର୍ବତମାଳା ଥିବା ଓ ପଶ୍ଚିମ ଓଡ଼ିଶା ର ବଡ ପର୍ଯ୍ୟଟନ ସ୍ଥଳୀ ଓ ତିର୍ଥଖେତ୍ର ଥିବା ରୁ ହୁଏତ ଉକ୍ତ ନୃସିଂହନାଥ ଟି ଉପଯୁକ୍ତ ସ୍ଥାନ ହୋଇପାରେ ଏଣୁ ନୃସିଂହନାଥ ର ସ୍ଥାନୀୟ ଅଂଚଳରେ ଜନସାଧାରଣ ଆଶାବାଦୀ ରହିଛନ୍ତି। ସରକାରୀ ପ୍ରସ୍ତାବିତ ଯୋଜନା ମୁତାବକ ନୃସିଂହନାଥ ପର୍ଯ୍ୟଟନ ସ୍ଥଳୀ ରେ ଚିଡ଼ିଆଖାନା ସ୍ଥାପନ କରାଯାଉ। 

ନୃସିଂହନାଥ ଠାରେ ଚିଡ଼ିଆଖାନା କିମ୍ବା ଜୀବଜନ୍ତୁ ଙ୍କ ପାର୍କ ତିଆରି କରାଗଲେ ପର୍ଯ୍ୟଟନ ଙ୍କ ସମସ୍ତ ସୁବିଧା ସୁଯୋଗ ସହ ଆନୁସାଙ୍ଗିକ ସୁବିଧା ଏହି ପର୍ଯ୍ୟଟନ ସ୍ଥଳୀ ରେ ମିଲିପାରିବ ବୋଲି ସ୍ଥାନୀୟ ଜନସାଧାରଣ ମତ ଉପସ୍ଥାପିତ କରୁଛନ୍ତି। ସରକାରଙ୍କ ପ୍ରସ୍ତାବକୁ ନୃସିଂହନାଥ ଅଂଚଳ ର ସ୍ଥାନୀୟ ଜନସାଧାରଣ ସମର୍ଥନ ଜଣାଇ ଏଠାରେ ଚିଡ଼ିଆଖାନା ସ୍ଥାପନ କରିବା ପାଇଁ ଦାବି ହେଉଛି।





Report : Bijay ku sahu

Edited by k.s thakur...



Post a Comment

Previous Post Next Post