ବିଜେଡି ପଦଯାତ୍ରା ପ୍ରସ୍ତୁତି ବୈଠକ...

ବିଜେଡି ପଦଯାତ୍ରା ପ୍ରସ୍ତୁତି ବୈଠକ...


ବରଗଡ଼,୦୧/୧୦ : ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ବିଜୁ ଜନତା ଦଳ ବରଗଡ଼ ଆନୁକୁଲ୍ୟରେ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରୁ ଅନୁଷ୍ଟିତ ହେବାକୁ ଥିବା ପଦ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇ ଯାଇଛି। 

         Ad..


ଏହି ବୈଠକ ରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ,ପୂର୍ବତନ ମନ୍ତ୍ରୀ ରୀତା ସାହୁ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ , ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପା ଭୋଇ ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ଜିଲ୍ଲା ବିଜେଡି ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠି , ବରିଷ୍ଠ ବିଜେଡି ନେତା ଅଶୋକ ଯୋଶୀ ,ବରିଷ୍ଠ ନେତା ଗୌର ହରି ମିଶ୍ର , ଟାଉନ ବିଜେଡି ସଭାପତି କିଶୋର ମିଶ୍ର ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ ବରିଷ୍ଟ ନେତ୍ରୀ ଅନୁରାଧା ଅଗ୍ରୱାଲ ଙ୍କ ସମେତ  ହିମାଂଶୁ ଦାଶ ଅନିଲ ଦଳାଇ ପବିତ୍ର ଦେହେରି ଲିପୁ ସାହୁ କମଲ ତାଣ୍ଡି ପ୍ରମୁଖ ଙ୍କ ସମେତ ପୌର ପରିଷଦ ର ସମସ୍ତ କାଉନସିଲର ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଙ୍କ ସମେତ ବିଜେଡି କର୍ମୀ ଉପସ୍ଥିତ ରହି ବୈଠକ ରେ ନିଜ ନିଜ ର ମତାମତ ଉପସ୍ଥାପନ କରିଥିଲେ। 

ପ୍ରଥମ ପର୍ଯ୍ୟାୟ ରେ ଅକ୍ଟୋବର ୨ ତାରିଖ ରୁ ୬ତାରିଖ ପର୍ଯ୍ୟନ୍ତ ଓ ଦ୍ବିତୀୟ ପର୍ଯ୍ୟାୟ ରେ ୨୧ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ବିଭିନ୍ନ ବ୍ଲକ ଓ ପୌର ପରିଷଦର ରେ ପଦଯାତ୍ରା ଅନୁଷ୍ଟିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଥିଲା । 

ଏହି ଅବସର ରେ ଅକ୍ଟୋବର ୯ ତାରିଖ ରୁ ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ବିଜେଡି ର ସଦସ୍ୟତା ସଂଗ୍ରହ ଅଭିଯାନ ଚାଲୁ ରହିବ ବୋଲି ବୈଠକ ରେ ଉଲ୍ଲେଖ କରାଯାଇଥିଲା । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜେଡି ନେତା ଓ କର୍ମୀ ପଦ ଯାତ୍ରା ରେ ଜନ ସାଧାରଣ ଙ୍କ ପାଖରେ ପହଞ୍ଚି ପୂର୍ବରୁ ବିଜେଡି ସରକାର ଅମଳ ରେ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟ ସମ୍ବନ୍ଧ ରେ ଅବଗତ କରାଇବା ସହ ବର୍ତ୍ତମାନ ସରକାର ଜନ ସାଧାରଣ ଙ୍କୁ କିପରି ନିର୍ବାଚନ ସମୟରେ  ଦେଇଥିବା ପ୍ରତିଶ୍ରୁତି ପାଳନ ରେ ବିଫଳ ହୋଇଛି ସେ ବିଷୟ ରେ ଲୋକ ଙ୍କୁ ସଚେତନ କରାଯିବା ସହିତ   ଦରଦାମ ବୃଦ୍ଧି ,ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ମହିଳା ଙ୍କୁ  ସୁରକ୍ଷା ପ୍ରଦାନ ରେ ବିଫଳ ହୋଇଥିବା ବିଷୟ ରେ ଜନ ସାଧାରଣ ଙ୍କୁ ଅବଗତ କରାଇବା ଭଳି କାର୍ଯ୍ୟକ୍ରମ ଆୟୋଜନ ହେବ।





Report : Bijay ku sahu

Edited by k.s thakur....





Post a Comment

Previous Post Next Post