୩୩ତମ ସର୍ବଜନୀନ ଗଜଲକ୍ଷ୍ମୀ ପୂଜା ମହୋତ୍ସବ "2024"...
ବରଗଡ,୧୯/୧୦ : ବରଗଡ ଜିଲ୍ଲା ସୋହେଲେ ବ୍ଲକ ଅନ୍ତର୍ଗତ ପେଟୁପାଳି ଠାରେ ବହୁ ଆଡମ୍ବର ରେ 33ତମ ମାଁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିଲା।ଏବର୍ଷ ପାଗ ଅନୁକୂଳ ଥିବାରୁ ବହୁ ସଂଖ୍ୟା ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ମାଁ ଦର୍ଶନ ଓ କୃପା ପାଇ ଭିଡ଼ ଲାଗିଥିଲା।
Ad..
ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ବଦ୍ରି ପ୍ରସାଦ ଅଗ୍ରଵାଲା ଓ ସୀତା ଅଗ୍ରଵାଲା କର୍ତ୍ତା ଭାର ତୁଲାଇଥିଲେ।ପୂଜା କମିଟି ର ସଭାପତି ଶ୍ରୀ ସୁଶାନ୍ତ ଦିଶ୍ରୀ(ସରପଞ୍ଚ) ଉପସଭାପତି ଶ୍ରୀ କୁଞ୍ଜବିହାରୀ ପଧାନ(ସମିତି ସଭ୍ୟ), ସମ୍ପାଦକ ଶ୍ରୀ ମୀନକେତନ ବାରିକ, ସହ ସମ୍ପାଦକ ଶ୍ରୀ ସୁବୋଧ ଚୌହାନ, କୋଷାଧକ୍ଷ ମିତ୍ରଭାନୁ ବାରିକ, ସହ କୋଷାଧକ୍ଷ ଶ୍ରୀ ନେହେରୁ ସାହା କାର୍ଯ୍ୟ ଭାର ତୁଲାଇ ଥିଲେ।
Ad..
ଉପଦେଷ୍ଟା ମଣ୍ଡଳୀ ରେ କୃଷ୍ଣଚନ୍ଦ୍ର ସାବତ, ପାଣ୍ଡଵ ଭୋଇ, ସୁରେନ୍ଦ୍ର ସିଂ ବରିହା, ଅଭୟ ସିଂ ବରିହା, ଅଶ୍ୱନୀ କୁମାର ସାବତ, ସୁବାସ ଚନ୍ଦ୍ର ଦିଶ୍ରୀ, ଗୌର ଚନ୍ଦ୍ର ମେହେର, ଝସକେତନ ଡୁଡୁକା, ଯୋଗୀନ୍ଦ୍ର ମେହେର, ଖିରେଶ୍ଵର ଚୌହାନ, କୁମର ବିଶି, କିଶୋର ଚୌହାନ, ନବ କୁମାର ମେହେର, ଦୁର୍ଗାମାଧବ ସେନାପତି, ରାକେଶ ନନ୍ଦ, ସନାତନ ପଧାନ, ସଞ୍ଜୟ ଚୌହାନ, ହେମନ୍ତ ଭୋଇ ଏବଂ ବୀର ସୁରେନ୍ଦ୍ର ଜୟ ଦେବ ରାଉତିଆ ସାଏ କ୍ରୀଡା ସାଂସଦ ର ସମସ୍ତ ସଭ୍ୟ ଓ ଗ୍ରାମ ବାସୀ ଙ୍କ ସହଯୋଗ ରେ ପୂଜା ସରସ ସୁନ୍ଦର ଉଚ୍ଚ କୋଟିର ହୋଇଥିଲା।
ଅତିଥି ଭାବରେ ଶ୍ରୀମତୀ ପରଣିତା ମିଶ୍ର, ଶ୍ରୀମାନ ସୁଶାନ୍ତ ମିଶ୍ର, ଶ୍ରୀମତୀ ବବି ପଧାନ (ବ୍ଲକ ଅଧ୍ୟକ୍ଷା) ଯୋଗ ଦେଇଥିଲେ।ପୂଜା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ :-ମହନୀ ଲୋକ ମହୋତ୍ସବ ଲୋକନୃତ୍ୟ, କଳାସୁର ଦରବାର, ଅପେରା, ମିନବଜାର ହୋଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା।
Report : Bijay ku sahu
Edited by k.s thakur...



