ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ(Schematic)-୨୦୨୩ ପଦବୀ ନିଯୁକ୍ତି ପାଇଁ ଚୟନ ତାଲିକା ଅନୁମୋଦନ...

ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ(Schematic)-୨୦୨୩ ପଦବୀ ନିଯୁକ୍ତି ପାଇଁ ଚୟନ ତାଲିକା ଅନୁମୋଦନ...


ବରଗଡ଼,୨୧/୦୯ : ଗତକାଲି,୨୦-୦୯-୨୦୨୪  ରିଖ ଷଷ୍ଠ ଜିଲ୍ଲା ପରିଷଦର ସ୍ଵତନ୍ତ୍ର  ବୈଠକ ରେ ଜିଲ୍ଲା ପରିଷଦ ର  ଅଧ୍ୟକ୍ଷ   ଶ୍ରୀମତୀ  ମାନିନୀ  ଭୋଇ ଙ୍କ ଅଧ୍ୟକ୍ଷତା ରେ , ଅଶ୍ଵିନୀ ଷଡଙ୍ଗୀ, ବିଧାୟକ, ବରଗଡ଼ , ନୀହାର ରଞ୍ଜନ ମହାନନ୍ଦ , ବିଧାୟକ ଅତାବିରା, ଇରାଶିଷ ଆଚାର୍ଯ୍ୟ, ବିଧାୟକ ଭଟଲି, ଶ୍ରୀମତୀ ବର୍ଷା ସିଂ ବଡ଼ିହା , ବିଧାୟିକା ପଦମପୁର... 

             Ad..


ଜିଲ୍ଲାପାଳ –ତଥା- ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ,  ଓ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା, ରାଧାକାନ୍ତ ଛତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ, ଜ୍ୟୋତିକାନ୍ତ ସାହୁ, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ  ଓ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ  ଙ୍କ ଉପସ୍ଥିତି ରେ କନିଷ୍ଠ ଶିକ୍ଷକ(Schematic)-୨୦୨୩ ପଦବୀ ନିଯୁକ୍ତି ପାଇଁ ଚୟନ ତାଲିକା ଅନୁମୋଦନ ହୋଇଛି।

ପ୍ରାରମ୍ଭରେ ଜିଲ୍ଲାପାଳ –ତଥା- ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ  ବୈଠକ ର ବିଷୟ ଉପରେ ବ୍ୟକ୍ତ କଲେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଉପରେ ପୁଙ୍ଖଣପୁଙ୍ଖ ବୈଠକ କରେ ଉପସ୍ଥାପନ କଲେ । 

ବରଗଡ଼ ଜିଲ୍ଲା ପାଇଁ ସମୁଦାୟ ୫୮୮  ଗୋଟି ପଦବୀ ପାଇଁ ସରକାର ଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା , ତନ୍ମନଧ୍ୟରୁ ୪୭୯ ଜଣ ପ୍ରାର୍ଥୀ computer base test ରେ ଉତିର୍ଣ୍ଣ ହେଲେ । ନିଯୁକ୍ତି ର ସମସ୍ତ ପ୍ରକ୍ରିୟା ରାଜ୍ୟ ସ୍ତରରେ ହୋଇଥିଲା ଏବଂ ଜିଲ୍ଲା କୁ ଚୟନ ତାଲିକା ଅନୁମୋଦନ ପାଇଁ ସରକାର ଙ୍କ ନିର୍ଦ୍ଧେଶ ନାମା ୮୪୫୨ ତା ୦୩-୦୯-୨୦୨୪ ରିଖ ମତେ କନିଷ୍ଠ ଶିକ୍ଷକ ଚୟନ ତାଲିକା ଅନୁମୋଦନ ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା । 

ଆମ ଜିଲ୍ଲା ର ୪୭୯ ପଦବୀ ରେ ବିଭିନ୍ନ ପଦବୀ ତଥା ୧. ବର୍ଗ –I (ଶ୍ରେଣୀ ପ୍ରଥମ ରୁ ପଞ୍ଚମ) କଳା ପାଇଁ – ୧୦୬ ପଦବୀ , ବର୍ଗ –I(ଶ୍ରେଣୀ ପ୍ରଥମ ରୁ ପଞ୍ଚମ) ବିଜ୍ଞାନ ପାଇଁ ୧୫୧ ପଦବୀ , ବର୍ଗ –II(ଶ୍ରେଣୀ ଷଷ୍ଠ  ରୁ ଅଷ୍ଟମ )  କଳା ପାଇଁ  ୮୬ ପଦବୀ , ବର୍ଗ –II(ଶ୍ରେଣୀ ଷଷ୍ଠ  ରୁ ଅଷ୍ଟମ ) ବିଜ୍ଞାନ ପାଇଁ ୧୩୬ ପଦବୀ ପୂରଣ ପାଇଁ ତାଲିକା ଆସିଅଛି । ବୈଠକ ର ଶେଷରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ସଦସ୍ୟ ଙ୍କୁ ବୈଠକ ରେ ଯୋଗଦାନ କରିଥିବାରୁ ଧନ୍ୟବାଦ ଅର୍ପଣ କଲେ ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post