ଭିନ୍ନକ୍ଷମ ଛାତ୍ରଙ୍କୁ ପାଠ ପଢି ବା ପାଇଁ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ ର ସହାୟତା...

ଭିନ୍ନକ୍ଷମ ଛାତ୍ରଙ୍କୁ ପାଠ ପଢି ବା ପାଇଁ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ ର ସହାୟତା...


ବରଗଡ଼,୨୧/୦୯ : ବରଗଡ ଜିଲ୍ଲା ପାଇକମାଳ ବ୍ଲକ୍ ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମ ର ଜଗନ୍ନାଥ ତାଣ୍ଡି ନାମକ ଜଣେ ଭିନ୍ନକ୍ଷମ ଛାତ୍ର ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ରେ ୭୪ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇ ପାଠ ପଢିବା ଆରମ୍ଭ କରିଥିଲେ ହେଲେ ନିୟତିର ବିଡ଼ମ୍ବନା। 

              Ad..


ଜଗନ୍ନାଥ ଙ୍କୁ ପାଠ ପଢିବା ପାଇଁ ଆବଶ୍ୟକତା ଥିବା ପାଠ୍ୟ ପୁସ୍ତକ ର ଅଭାବ ଯୋଗୁଁ ପଛଘୁଞ୍ଚା ଦେବାକୁ ପଡିଥିଲା। ମନୋବଳ ଦୃଢ଼ ଥିବା ରୁ ଶିକ୍ଷା କୁ ବନ୍ଦ ନ କରି ଆଗକୁ ବଢିବାର ଇଛା ନେଇ ଧିରେ ଧିରେ ପାଠ ପଢୁଥିଲେ। ପରବର୍ତ୍ତୀ ସମୟରେ ସରେଇକେଲା ଗ୍ରାମର ନିରାକାର ପ୍ରଧାନ ଙ୍କ ନଜରକୁ ଆସିଥିଲେ। 

ଶିକ୍ଷକ ଥିବା ନିରାକାର ପଦ୍ମପୁର ର ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ  ସହ ଯୋଗାଯୋଗ କରି ଜଗନ୍ନାଥଙ୍କ ପରିବାର ର ଆର୍ଥିକ ସ୍ଥିତି ବିଷୟରେ ଜଣାଇବା ସହ ଜଗନ୍ନାଥ ଙ୍କୁ ସହଯୋଗ ଅନୁଷ୍ଠାନ ତରଫରୁ କିଛି ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। 

ଉକ୍ତ ଜଗନ୍ନାଥଙ୍କ ବିଷୟରେ ଅନୁଧ୍ୟାନ କରି ସହଯୋଗ ଅନୁଷ୍ଠାନ ତରଫରୁ ଜଗନ୍ନାଥଙ୍କୁ ପଢ଼ିବା ପାଇଁ ସମସ୍ତ ବହିପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । 

ଶୁକ୍ରବାର ଦିନ ଅନୁଷ୍ଠାନ ର ସମ୍ପାଦକ ତାପସ କୁମାର ନାୟକ ଙ୍କ ଜନ୍ମଦିନ ଅବସରରେ  ସହଯୋଗ ଅନୁଷ୍ଠାନ ମାଧ୍ୟମରେ ଜଗନ୍ନାଥଙ୍କୁ ସମସ୍ତ ସାମଗ୍ରୀ ପ୍ରଦାନ କରାଯାଇଛି ଏବଂ ଆଗକୁ ମଧ୍ୟ ବହିପତ୍ର ସହ ଯଥା ସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ ପ୍ରତିଶ୍ରୁତିବଦ୍ଧ ହୋଇଛି ବୋଲି ସମସ୍ତ କର୍ମକର୍ତ୍ତା କହିଛନ୍ତି।





Report : Bijay ku sahu

Edited by k.s thakur...



Post a Comment

Previous Post Next Post