ପଦ୍ମପୁର ମହୁଲପାଲି ଗାଁ ରେ ନିରାପଦ ସ୍ଥାନାନ୍ତରଣ ଓ ଶିଶୁ ଚାଲାଣ ର ପ୍ରତିକାର ଉପରେ ସଚେତନତା କାର୍ଯ୍ୟକ୍ରମ...
ବରଗଡ଼,୨୧/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମ ଠାରେ ନିରାପଦ ସ୍ଥାନାନ୍ତରଣ ଓ ଶିଶୁ ଚାଲାଣ ର ପ୍ରତିକାର ଉପରେ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି ଅବସରରେ ଉପଜିଲ୍ଲାପାଳ, ପଦ୍ମପୁର ଥାନା ଅଧିକାରୀଣୀ, ଡିଏ ଡବ୍ଲୁଓ, ପଦ୍ମପୁର ବିଡ଼ିଓ ପ୍ରମୁଖ ଉକ୍ତ ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାଶଡା ର ଦୁଇ ଝିଅ ଦାଦନ ଙ୍କୁ ବିଭିନ୍ନ ଭାବରେ ସଚେତନ କରୁଥିବାରୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସେହିଭଳି ଦଦାଙ୍କୁ ବିପଦ ସମୟରେ ବିଭିନ୍ନ ପରାମର୍ଶ ଦେଇ ଘରକୁ ଫେରାଇ ଆଣିପାରି ଥିବାରୁ ଦୁଇଜଣ ଅଙ୍ଗନବାଡି ଦିଦି ଙ୍କୁ ପ୍ରଶାସନ ତରଫରୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୟୁନିସେଫ ତରଫରୁ ପ୍ରଚାର ପୋଷ୍ଟର ଉନ୍ମୋଚିତ ହୋଇଥିଲା। ତରୁଣୀ ସେନ ପୃସେଠ ଜିଲ୍ଲା ସଂଯୋଜକ ଡିଏ ଡବ୍ଲୁଓ ମଞ୍ଚ ପରିଚାଳନା କରିଥିବା ବେଳେ ପଦ୍ମପୁର ସିଡିପିଓ ଧନ୍ୟବାଦ ଦେଇଥିଲେ।
Report : Bijay ku sahu
Edited by k.s thakur...


