ଗାଁ ଭିତରୁ ୬ ଫୁଟିଆ ଅଜଗର ଉଦ୍ଧାର...
ବରଗଡ଼,୨୧/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ବନଖଣ୍ଡ ଅଧିନସ୍ଥ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବାବୁଲାଲ ଭୋଇଙ୍କ ଘର ପଛପଟ ବିଲରେ ଲଙ୍କା ଚାଷ କରିଥିବାରୁ କୁକୁଡ଼ା ପଶି ନ ପାରିବେ ବୋଲି ଜାଲ ବାଡ ଦେଇଥିଲେ ।
Ad..
ପ୍ରତିଦିନ ଭଳି ଆଜି ସକାଳୁ ବାବୁଲାଲ ନିଜ ବିଲକୁ ଯିବା ସମୟରେ ହଟାତ ତାଙ୍କର ନଜର ପଡ଼ିଥିଲା ଏକ ବିରାଟ ଅଜଗର ଜାଲରେ ଲାଗି ଛଟ ପଟ ହେଉଥିବାର । ତେବେ ଅଜଗରକୁ ଦେଖି ବାବୁଲାଲ ଭୟଭୀତ ହୋଇ ତୁରନ୍ତ ବନବିଭାଗ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ।
ଖବର ପାଇ ବନବିଭାଗ ଅଧିକାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ । ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଅଜଗର ପଶି ଆସିଥିବା ଅନୁମାନ କରାଯାଉଛି । ତେବେ ପଦ୍ମପୁର ଉପ ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା ଘଟଣା ସ୍ଥଳରେ ତାଙ୍କ ଟିମ୍ ସହ ପହଞ୍ଚି ଅଜଗର କୁ କାବୁ କରିଥିଲେ।
ସାପଟିର ସ୍ଵାସ୍ଥ୍ୟବସ୍ଥା ପରୀକ୍ଷା କରେଇବା ପରେ ତାର ସ୍ୱାସ୍ଥ୍ୟବସ୍ଥା ଠିକ ଥିବାରୁ ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲ କରା ଡୁଙ୍ଗୁରି ଠାରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଅଜଗର ସାପଟିର ଓଜନ ୮ ରୁ ୧୦ କିଲୋ ଭିତରେ ଥିବାବେଳେ ୬ ଫୁଟ ଲମ୍ବ ଥିବାର ପଦ୍ମପୁର ରେଞ୍ଜର ସୁଦାମ ଜଗଦଲ୍ଲା ସୂଚନା ଦେଇଛି।
Report : Bijay ku sahu
Edited by k.s thakur...


