କବି ଗଙ୍ଗାଧର ମେହେର ଓ ପ୍ରଫେସର୍ ଘନ ଶ୍ୟାମ ଦାଶ ସ୍ମାରକୀ ବିଭିନ୍ନ ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ...

କବି ଗଙ୍ଗାଧର ମେହେର ଓ ପ୍ରଫେସର୍ ଘନ ଶ୍ୟାମ ଦାଶ ସ୍ମାରକୀ ବିଭିନ୍ନ ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ... 


ବରଗଡ଼,୨୧/୦୯ : ବରଗଡ଼ ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସର ରେ ଶନିବାର ପାକ୍ଷିକ ପତ୍ରିକା କୋଶଳ ଟାଇମ୍ ଆନୁକୁଲ୍ୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଓ ପ୍ରଫେସର୍ ଘନ ଶ୍ୟାମ ଦାଶ ଙ୍କ ସ୍ମୃତି ରେ ପୂର୍ବରୁ ଅନୁଷ୍ଟିତ ହୋଇଥିବା ପ୍ରବନ୍ଧ ,ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଟିତ ହୋଇ ଯାଇଛି।

              Ad..


ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜ୍ୟୋସ୍ନାମୟୀ ତ୍ରିପାଠି ଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ କୋଶଳ ଟାଇମ୍ ପତ୍ରିକା ର ସଂପାଦକ ସଞ୍ଜୀବ ମହାପାତ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡ ଶ୍ୟାମ ସୁନ୍ଦର ପଟ୍ଟନାୟକ ଯୋଗ ଦେଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିବା ସହ ପ୍ରତି ଟି ପ୍ରତିଯୋଗିତା ପାଇଁ ନିଜକୁ ଯୋଗ୍ୟ ବୋଲି ବିବେଚନା କରିବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ସାମାଜିକ କର୍ମୀ ମେଘନାଥ ପ୍ରଧାନ ,ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବୈଷ୍ଣବ ଭୋଇ ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟକ ମନୋରଞ୍ଜନ ମେହେର ଯୋଗ ଦେଇ ସ୍ଵଭାବ କବି ଗଙ୍ଗାଧର ଙ୍କ କାବ୍ୟ କୃତି ଉପରେ ଆଲୋଚନା କରିଥିଲେ । 

ଏହି ଅବସର ରେ ଜିଲ୍ଲା ର ତିନି ଜଣ ମେଧାବୀ ଛାତ୍ର ଙ୍କୁ ପ୍ରଫେସର୍ ଘନ ଶ୍ୟାମ ଦାଶ ମେଧା ବୃତ୍ତି ପ୍ରଦାନ କରାଯାଇଥିବା ବେଳେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତି ଯୋଗୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ  । ରାଣା ପ୍ରତାପ ସ୍କୁଲ ର ଛାତ୍ର ଛାତ୍ରୀ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ  ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।




Report : Bijay ku sahu

Edited by k.s thakur...


Post a Comment

Previous Post Next Post