ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର: ୭୧ୟୁନିଟ ରକ୍ତ ସଂଗ୍ରହ...

ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର: ୭୧ୟୁନିଟ ରକ୍ତ ସଂଗ୍ରହ...


ବରଗଡ଼ ୧୪/୦୯ :- ଅତାବିରା ବ୍ଲକ ଟାଙ୍ଗରପାଲି ଗ୍ରାମପଞ୍ଚାୟତ ରାଜୀବ ଭବନ ଠାରେ ଆଜି ବରଗଡ଼ ଜିଲ୍ଲା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଟାଙ୍ଗରପାଲି ଯୁବକ ସଙ୍ଘର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। 

            Ad..


ଆଜିର ଶିବିରରେ ବରଣ୍ୟ ଅତିଥି ଭାବରେ କରୁଣାକର ଭୋଇ ଯୋଗଦାନ କରି ଆଜିର  ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ଯିଏକି  ୪୫ଥର ରକ୍ତଦାନ କରି ଅଞ୍ଚଳରେ ରକ୍ତଦାନ କ୍ଷେତ୍ରରେ ସଚେତନତା ବାର୍ତା ଘରେ ଘରେ ପହଞ୍ଚାଇବାରେ ଜଣେ ସଫଳ ରକ୍ତଦାତା ଅଟନ୍ତି । 

           Ad..


ଠିକ ସେହିପରି ସମ୍ମାନିତ ଅତିଥି ଭାବରେ ଲଳିତ ପଧାନ ଯୋଗଦାନ କରି ନିଜେ ରକ୍ତଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ରକ୍ତଦାନ ଶିବିରରେ ୪ଜଣ ମହିଳା ରକ୍ତଦାତା ଙ୍କୁ ମିଶାଇ ମୋଟ ୭୧ୟୁନିଟ ରକ୍ତ ବୁର୍ଲା ଭୀମସାର ରକ୍ତ ଭଣ୍ଡାର କର୍ମଚାରୀଙ୍କ ଦ୍ଵାରା ସଂଗ୍ରହ କରାଯାଇଥିଲା। 

ସଂକଳ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲ, ସମ୍ପାଦକ ଜି ରମେଶଙ୍କ ସହିତ ନିଲେସ ପଧାନ, ତରୁଣ ପଟେଲ, ଶେଷଦେଵ ପଧାନ,ରାଜୀବ ପଧାନ ଓ ଟାଙ୍ଗରପାଲି ଯୁବକ ସଂଘର ରୀଙ୍କୁ ସାହୁ, ଡୋଲାମଣି ପଧାନ, ଆକାଶ ଖେତ୍ରୀ, ଭରତ ଭୋଇ, ଦେବାଶିଷ ସାହୁ ପ୍ରମୁଖ ସକ୍ରିୟ ଭାବରେ ଯୋଗଦାନ କରି ଆଜିର ରକ୍ତଦାନ ଶିବିରକୁ ପରିଚାଳିତ କରିଥିଲେ ।





Report : Bijay ku sahu

Edited by k.s thakur...



Post a Comment

Previous Post Next Post