ବରଗଡ଼ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ...

ବରଗଡ଼ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ...


ବରଗଡ଼,୧୪/୦୯ : ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ, ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟ ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ସେପ୍ଟେମ୍ବର ୧୪ ତାରିଖରେ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। 

                Ad..


ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ଲୁନା ମହାନ୍ତିଙ୍କ ତତ୍ବାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ ଓ ଫୌଜଦାରି (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କରଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲାର ଆପୋସ ସହମତିରେ ସମାଧାନ କରାଯାଇଥିଲା। 

           Ad..


ଉକ୍ତ ଲୋକ ଅଦାଲତ ରେ ୩୪୨୩ ଗୋଟି ପ୍ରାକ୍ ମୋକଦ୍ଦମା ମାମଲା ଏବଂ ୪୩୯୬ ଗୋଟି ବିଚାରଧିନ ମୋକଦ୍ଦମା ମାମଲା ର ବିଚାର ପାଇଁ ବିଭିନ୍ନ ଅଦାଲତ, ବିଭିନ୍ନ ବ୍ୟାଙ୍କ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରମୁଖଙ୍କ ତରଫରୁ ବିଚାରକୁ ନିଆଯାଇଥିଲା । ଉକ୍ତ ମକଦ୍ଦମା ମାନଙ୍କ ମଧ୍ୟରୁ ୯୪ ଗୋଟି ପ୍ରାକ୍ ମୋକଦ୍ଦମା ମାମଲା ଏବଂ ୨୨୭୪ ଗୋଟି ବିଚାରଧିନ ମୋକଦ୍ଦମା ମାମଲା ର ବିଚାର ହୋଇ ପ୍ରାକ୍ ମାମଲା ବାବଦକୁ ୨୮,୦୩,୫୨୫/- ଟଙ୍କା ଏବଂ ବିଚାରଧ୍ଵନ ମାମଲା ବାବଦକୁ ୧,୪୦,୫୮,୨୬୧ – ଟଙ୍କା ଆଦାୟ ହୋଇଥିଲା। 

ଉକ୍ତ ଲୋକ ଅଦାଲତକୁ ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧ୍ଵରଣ ର ଅଧ୍ୟକ୍ଷା ଶ୍ରୀମତୀ ଲୁନା ମହାନ୍ତି ଏବଂ ସଚିବ ଶ୍ରୀ କମଳାକାନ୍ତ ରାଉତ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିବାବେଳେ, ପାରିବାରିକ ଅଦାଲତର ବିଚାରପତି ଶ୍ରୀ ସିଦ୍ଧାର୍ଥ ସାହୁ, ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀମତୀ ସଂଘମିତ୍ରା ଶର୍ମା, ରେଜିଷ୍ଟ୍ରାର(ସିଭିଲ୍ କୋର୍ଟ) ଶ୍ରୀମତୀ ପ୍ରଜ୍ଞା ପୂଜାପ୍ରଦା, ବରିଷ୍ଠ ଦେବାନୀ ବିଚାରପତି ଶ୍ରୀମତୀ ସୁଚରିତା ମହାନ୍ତି, ବରିଷ୍ଠ ଦେବାନୀ ବିଚାରପତି (LR & LTV) ଶ୍ରୀମତୀ ବର୍ଷା ଶର୍ମା, ବରିଷ୍ଠ ଦେବାନୀ ବିଚାରପତି (ମହିଳା ଅଦାଲତ) ଶ୍ରୀମତୀ ପ୍ରଜ୍ଞା ଲଳିତ୍ ମିଶ୍ର, ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶ୍ରୀଷ୍ଟି ସାମନ୍ତ, ଦେବାନୀ ବିଚାରପତି ଶ୍ରୀମତୀ ସୋନାଲୀ ମହାନ୍ତି, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ସୁଶ୍ରୀ ମନସିନୀ ମହାପାତ୍ର, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଶ୍ରୀ ଚନ୍ଦନ ଦେହୁରୀ ବିଭିନ୍ନ ଅଦାଲତଗୁଡିକୁ ପରିଚାଳନା କରିଥିଲେ। 

ପ୍ରାଧିକରଣ ଅର୍ନ୍ତଭୁକ୍ତ ଆଇନ୍‌ଜୀବୀ, ଜିଲ୍ଲା ଓକିଲ ସଂଘର ବରିଷ୍ଠ ଆଇନ୍‌ଜୀବୀ ଓ ଯୁବ ଆଇନ୍‌ଜୀବୀ, ପୋଲିସ ଅଧିକାରୀମାନେ, ଆଇନସେବା ପ୍ରାଧିକରଣ ଓ ସିଭିଲ କୋର୍ଟର କର୍ମଚାରୀମାନେ ଉପରୋକ୍ତ ଲୋକ ଅଦାଲତ ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ।





Report : Bijay ku sahu

Edited by k.s thakur...




Post a Comment

Previous Post Next Post