ବରଗଡ଼ ଜିଲ୍ଲା ପଦ୍ମପୁର ଏନ୍ ଏ ସି ରେ ସୁଭଦ୍ରା ଯୋଜନା ର ସଚେତନତା ରଥ...
ବରଗଡ଼,୧୧/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ରାଜ୍ୟ ସରକାରଙ୍କ ନୂତନ ଯୁଗାନ୍ତକାରୀ ନାରୀ ସଶକ୍ତିର ପ୍ରଶସ୍ତ ଯୋଜନା ‘ସୁଭଦ୍ରା’ ଯୋଜନା ର ପ୍ରଚାର ରଥ ପହଞ୍ଚିଥିଲା । ଏହି ରଥକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
Ad..
ଏହି ରଥ ଦୁଇଦିନ ଧରି ସହରର ସମସ୍ତ ଅଂଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୧୧ ଗୋଟି ୱାର୍ଡରେ ବୁଲି ବୁଲି ସୁଭଦ୍ରା ଯୋଜନା ପାଇଁ ଜନ ସଚେତନତା ସୃଷ୍ଟି କରିବ । ଉକ୍ତ ରଥକୁ ଏନ୍ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ,ୱାର୍ଡ ନଂ ୯ର କାଉନ୍ସିଲର ତଥା ଆଇନଜୀବୀ ଚିନ୍ମୟ ପଣ୍ଡା ଏବଂ ଆଇସିଡିଏସ୍ ସୁପରଭାଇଜର୍ ସବୁଜ ପତାକା ଦେଖାଇ ସୁଭଦ୍ରା ରଥର ମାର୍ଗଦର୍ଶନ କରିଥିଲେ।
Ad..
ଏହି କାର୍ଯ୍ୟକ୍ରମରେ ବିଜେପିର ଟାଉନ୍ ସଭାପତି ସୁନୀଲ ଅଗ୍ରୱାଲ, ସମସ୍ତ ସ୍ୱଚ୍ଛସାଥି ସୁପରଭାଇଜର୍, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ସୁଭଦ୍ରା ଯୋଜନା ର ରୂପାୟନ ପାଇଁ ରାଜ୍ୟ ସରକାର ପ୍ରତି ଘରେ ଘରେ ସୂଚନା ପ୍ରଦାନ ସହ ସଚେତନତା ପାଇଁ ରଥ ପରିକ୍ରମା କରୁଛି।
Report : Bijay ku sahu
Edited by k.s thakur...



