ଭଟଲି ପଞ୍ଚାୟତ ସମିତିରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ...

ଭଟଲି ପଞ୍ଚାୟତ ସମିତିରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ...


ଭଟଲି,୧୧/୦୯ : ଭଟଲି ପଞ୍ଚାୟତ ସମିତି ସଭାଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣୀ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

             Ad..


ପ୍ରଥମେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସାରାଣୀ ଗଡତିଆ ସ୍ଵାଗତ ଭାଷଣ ଦେଇଥିଲେ । ଜିଲ୍ଲା ସାମାଜିକ ସମୀକ୍ଷକ ଆନଦ ପଧାନ ଜନ ଶୁଣାଣୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଶିବିରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଜିତ୍ ହାଁସଦା, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମହିମା ସାହୁ ଯୋଗଦେଇ ଥିଲେ। 

          Ad..


ଜିଲ୍ଲା ସାମାଜିକ ସମୀକ୍ଷକ ବିଭିନ୍ନ ଯୋଜନାର ଉପକାରିତା ତଥା ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ। ଗୋଷ୍ଠୀ ସାମାଜିକ ସମୀକ୍ଷକ ମାଧବ ପ୍ରସାଦ ସାହୁ ସାମାଜିକ ସମୀକ୍ଷା ପ୍ରକ୍ରିୟା ସହିତ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅକ୍ଟୋବର ୨୦୨୩ ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ, ବନବିଭାଗ, ଉଦ୍ୟାନବିଭାଗ, ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିଭାଗ ଦ୍ୱାରା ହୋଇଥିବା ବିଭିନ୍ନ ପ୍ରକଳ୍ପର ନଥିପତ୍ର ତଥା କ୍ଷେତ୍ର ପରିଦର୍ଶନ ଯାଞ୍ଚ ସମୟରେ ବାହାରିଥିବା ୮୭ ଗୋଟି ଅଭିଯୋଗ ଓ ସମସ୍ୟାର ସମାଧାନ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। 

ଏହାପରେ ସାମାଜିକ ସମୀକ୍ଷା ଗ୍ରାମସଭାରେ ଉଠିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଏହି ସମୟରେ ଭଟଲି ବ୍ଲକରେ ୧୬୪୯ ଗୋଟି ପ୍ରକଳ୍ପରେ ୨ ଲକ୍ଷ ୮୩ ହଜାର ୧୧୯ ଶ୍ରମଦିବସ ସୃଷ୍ଟି ହୋଇଥିଲା ଯେଉଁଥିରେ ୫୮୭୦ ପରିବାର ଉପକୃତ ହୋଇଥିଲେ। ୨୦୨୩- ୨୦୨୪ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପରେ ୭ କୋଟି ୬୪ ଲକ୍ଷ ୪୫ ହଜାର ଟଙ୍କା ବ୍ୟୟ ହୋଇଥିବା ବେଳେ ୧୬୮ ପରିବାର ୧୦୦ ଦିନର କାମ ସମ୍ପୂର୍ଣ କରିଥିଲେ। 

ଉକ୍ତ କାର୍ଯ୍ୟକ୍ରମରେ ଭଟଲି ବ୍ଲକର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଇଓ, ଗ୍ରାମ୍ୟ ରୋଜଗାର ସେବକ, ଗ୍ରାମ୍ୟ ସମ୍ବଲ କର୍ମୀ, ନିର୍ବାହୀ ଯନ୍ତ୍ରୀ, ବନପାଳ, ଉଦ୍ୟାନ ବିଭାଗ ଅଧିକାରୀ ଏବଂ ମୃତ୍ତିକା ସଂରକ୍ଷଣ ତଥା ଜଳଛାୟା ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।  ଗୋଷ୍ଠୀ କମ୍ପ୍ୟୁଟର କାର୍ଯକ୍ରମ ମୁଖ୍ୟ ଗିରିଧାରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସରୋଜ ପାତ୍ର ଏବଂ ଅଂଶୁ ସାହୁ ସହଯୋଗ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post