୨୯ ତାରିଖରେ ଫାଇଟର୍ସ ଗ୍ରୁପ ପକ୍ଷରୁ କର୍କଟ ରୋଗୀ ଏବଂ ପରିବାର ର ମନୋବଳ ବୃଦ୍ଧି କର୍ମଶାଳା...

୨୯ ତାରିଖରେ ଫାଇଟର୍ସ ଗ୍ରୁପ ପକ୍ଷରୁ କର୍କଟ ରୋଗୀ ଏବଂ ପରିବାର ର ମନୋବଳ ବୃଦ୍ଧି କର୍ମଶାଳା...


ବରଗଡ,୨୦/୦୯  : ଚଳିତ ମାସ ୨୯ ତାରିଖରେ କର୍କଟ ରୋଗୀ ଏବଂ ପରିବାରକୁ ମାନସିକ ଓ ସାମାଜିକ ସହାୟତା ସହ ସେମାନଙ୍କ ମନୋବଳ ବୃଦ୍ଧି କରିବାରେ କିଭଳି ସମାଜ ଓ ସାମାଜିକ ସଂସ୍ଥା ସହଯୋଗୀ ହୋଇ ପାରିବେ ସେ ନେଇ ଏକ କର୍ମଶାଳା ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ରେ ଅନୁଷ୍ଠିତ ହେବ ବୋଲି  କର୍ମଶାଳା ର ଆୟୋଜକ ବରଗଡ ଫାଇଟର୍ସ ଗ୍ରୁପ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । 

             Ad..


ଫାଇଟର୍ସ ଗ୍ରୁପ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ପରିବାର ରେ ଜଣେ ଯଦି କ୍ୟାନସର ରୋଗ ରେ ଆକ୍ରାନ୍ତ ହୁଏ ,ସେହି ରୋଗୀ ଜଣକ ସହ ସମଗ୍ର ପରିବାର କୁ ମାନସିକ ଆଘାତ ଲାଗିଥାଏ । ସତେ ଯେମିତି ବଜ୍ର ପଡ଼ିଗଲା ଭଳିଆ ହୋଇଥାଏ । ସେମାନେ ଅର୍ଥ ଯୋଗାଡ କରି ଡାକ୍ତର ଙ୍କ ପରାମର୍ଶ ନେଇ ଚିକିତ୍ସା ବ୍ୟବସ୍ଥା କରିଥାନ୍ତି । 

କିନ୍ତୁ ସେହି ମାନସିକ ଆଘାତ ରୁ ବାହାରକୁ ଆଣିବା ଓ ଶାନ୍ତ୍ବନା ଦେଇ ତାଙ୍କ ପଛରେ ଛିଡ଼ା ହେବା ର ଦାୟିତ୍ଵ ଏହି ସମାଜ ର । ସେଭଳି ପରିବାର ଙ୍କୁ କର୍କଟ ଆକ୍ରାନ୍ତ ଓ ପରିବାର ବର୍ଗ ଙ୍କୁ କିଭଳି ଭାବରେ ଉଚିତ୍ ପରାମର୍ଶ ମାଧ୍ୟମରେ ଶାନ୍ତ୍ବନା ଦେଇ , ସେମାନଙ୍କୁ ମାନସିକ ସ୍ତରରେ ଏହି ଲମ୍ବା ସଂଘର୍ଷ ପାଇଁ ଛିଡା କିଭଳି କରାଯାଇ ପାରିବ , ତାହାରି ଉପରେ ହିଁ ଏହି କର୍ମଶାଳା ର ଆୟୋଜନ ଅଟେ। 

ଆଗାମୀ ୨୯ ତାରିଖରେ ଫାଇଟର୍ସ ଗୃପ ତରଫରୁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ କେନସର ପୀଡିତ ଓ ତାଙ୍କ ପରିବାର ପାଇଁ ମନୋବଳ ବୃଦ୍ଧି ପାଇଁ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ବର ସ୍ଥିତ ବାଗଚି  କରୁଣାଶ୍ରୟ ସେବା କେନ୍ଦ୍ର ରେ କାର୍ଯ୍ୟରତ ମନୋବିଜ୍ଞାନି-ଅଙ୍କୋଲୋଜିଷ୍ଟ କେଶବ ଶର୍ମା, ଭୀମସାର ବୁର୍ଲା ର ବରିଷ୍ଠ ରେଡିଏସନ  ଅଙ୍କୋ ଡାକ୍ତର ବିଶ୍ୱରଞ୍ଜନ ରାଉତ, ବାଲକୋ ହସପିଟାଲ ରାୟପୁର ର ବରିଷ୍ଠ ମନୋବିଜ୍ଞାନ ଚିକିତ୍ସକ ଡ.ଅମୃତ ମଜୁମଦାର, ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ସାମାଜିକ ବିଜ୍ଞାନ ବିଭାଗ ର ଆସିଷ୍ଟାଣ୍ଟ ପ୍ରଫେସର ଡ. ମଧୁମିତା ବିଶ୍ୱାଲ, ବାଗଚି କରୁଣାଶ୍ରୟ ସେବା କେନ୍ଦ୍ର ର ରାଜନନ୍ଦିନୀ ଘୋଷ ପ୍ରମୁଖ   ମନୋବିଜ୍ଞାନୀ ତଥା ଅଙ୍କଲୋଜିଷ୍ଟ  ଯୋଗଦେଇ କେନସର ପୀଡିତ ଓ ତାଙ୍କ ପରିବାରର ମନୋବଳ ବୃଦ୍ଧି କରିବାର କାର୍ଯ୍ୟକ୍ରମ ରହିଛି । 

ସାମ୍ବାଦିକ ସମ୍ମିଳନୀରେ ଫାଇଟର୍ସ ଗୃପର ଅଧ୍ୟକ୍ଷ ଅଶ୍ୱିନୀ ଦର୍ଜି , ଉମିଦେଁ ର ପ୍ରତିଷ୍ଠାତା ନିତାଇଗୌର ପାଣିଗ୍ରାହୀ , ୟୁନାଇଟେଡ ଫୋରମ ଫର କେନସର ହସପିଟାଲ ଇନ ବରଗଡ଼ର ସଂଯୋଜକ ରବି ପଣ୍ଡା, କେନସର ସହଯୋଗ କେନ୍ଦ୍ରର କୋଡିନେଟର ଦୁର୍ଲଭି ବିଶ୍ୱାଲ, ଫାଇଟର୍ସ ଗୃପର ପ୍ରତାପ ଦାଶ,ସ୍ୱେଚ୍ଛାସେବୀ ଶେଖ ମହମ୍ମଦ ଗଜନବୀ ପ୍ରମୁଖ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post