ମାଣ୍ଡୋସିଲ ଡିଗ୍ରୀ କଲେଜରେ ସ୍ବାଗତ ସମ୍ବର୍ଦ୍ଧନା...

ମାଣ୍ଡୋସିଲ ଡିଗ୍ରୀ କଲେଜରେ ସ୍ବାଗତ ସମ୍ବର୍ଦ୍ଧନା...


ପାଇକମାଳ,୨୦।୯: ପାଇକମାଳ ବ୍ଳକ ମାଣ୍ଡୋସିଲ ଡିଗ୍ରୀ କଲେଜରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ହୋଇଯାଇଅଛି। ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡା ସଭାପତିତ୍ବ କରିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ସନ୍ତୋଷ ସିଂ ଠାକୁର ଓଡ଼ିଆ ଭାଷାର ମହତ୍ତ୍ଵ ଓ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ।

               Ad..


ଅଧ୍ୟାପକ ଅମରେଶ ଠାକୁର ଉତ୍ତମ ଛାତ୍ର ଗଠନରେ ଶୃଙ୍ଖଳା, ଅନୁଶାସନ,ସମାନୁବର୍ତିତା ହେବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ରୀ ଝରଣା ସନବର୍ଷା ଉଦେଶ୍ୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଶୁଭେନ୍ଦୁ ପାଣ୍ଡେ,ହାସିନା ବଣିଆ, ଗୀତାଞ୍ଜଳୀ ପ୍ରଧାନ,କୁନି ସାହୁ, ଧରିତ୍ରୀ ସାହୁ ନବାଗତଙ୍କୁ କଲେଜର ଶୈକ୍ଷିକ ଉପରେ ଅବଗତ କରିଥିଲେ।

କାର୍ଯ୍ୟକ୍ରମକୁ ମୋହନ ଚରଣ ମାଝୀ, କାର୍ତ୍ତିକ ବରିହା,ବୁଲୁ ଦାସ, ସୁଶାନ୍ତ ମାଝୀ, ପ୍ରିୟଙ୍କା ଖୁଣ୍ଟିଆ,ତନୁଶ୍ରୀ ବିଶି, କୁମୁଦିନୀ ମାଝୀ, ଜାନକୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post