କଟାବାହାଲ ଠାରେ ଉପ ମଣ୍ଡଳ ସ୍ତରୀୟ ଡାକ ମେଳା ସଚେତନତା ଶିବିର...

କଟାବାହାଲ ଠାରେ ଉପ ମଣ୍ଡଳ ସ୍ତରୀୟ ଡାକ ମେଳା ସଚେତନତା ଶିବିର...


ବରଗଡ଼,୧୩/୦୯ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ନେତାଜୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉପ ମଣ୍ଡଳ  ସ୍ତରୀୟ ଭାରତୀୟ ଡାକ ମେଳା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। 

Ad..


ଏହି କାର୍ଯ୍ୟକ୍ରମରେ କଟାବାହାଲ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ଉଭୟ ପୁରୁଷ ମହିଳା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବରେ କଟାବାହାଲ ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡା, ସମ୍ମାନିତ ଅତିଥି ଭାବରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ବାରିକ,ପଦ୍ମପୁର ଉପ ମଣ୍ଡଳ ଡାକ ନିରୀକ୍ଷକ କିଶୋର ନାଏକ,ଶାଖା ପ୍ରବନ୍ଧକ ଆଇ.ପି.ପି.ବି ବରଗଡ଼ ବ୍ରାଞ୍ଚ ଧୀରେନ୍ଦ୍ର ପଟେଲ ,ସମ୍ବଲପୁର ଡିଭିଜନ ପୋଷ୍ଟାଲ ଜୀବନ ବୀମା ଅଧିକାରୀ ଆଶିଷ କୁମ୍ଭାର ପ୍ରମୁଖ ଯୋଗଦେଇଥିଲେ। 

           Ad..


ଏଥିରେ ଡାକ ସେବା ଅଧିକାରୀମାନେ ଲୋକମାନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନା, ମହିଳା ସମ୍ମାନ ଯୋଜନା, କିସାନ ବିକାଶ ପତ୍ର, ଜମା ଖାତା, ଡାକ ଜୀବନ ବୀମା,ପୌନଃ ପୁନିକ ଜମା (RD), ଅବଧି ଜମା(ଫିକ୍ସ ଡିପୋଜିଟ ), ଆଧାର କାର୍ଡ ସଂଶୋଧନ, ପାସ ପୋର୍ଟ ସେବା, ରେଳ ଟିକେଟ ଓ ବିମାନ ଟିକେଟ ସଂରକ୍ଷଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆୟ କର ଦେୟ ପ୍ରଦାନ, ଭଳି ଅନେକ ମୌଳିକ ସୁବିଧା ଉପରେ ବାର୍ତ୍ତା ବହନ କରିବା ସହ ବିଶେଷ କରି ମହିଳା ମାନଙ୍କ ପାଇଁ ତ୍ରୟମାସିକ ଅନୁନ୍ୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଫିକ୍ସ ଡିପୋଜିଟ ଉପରେ ସର୍ବାଧିକ ୭.୫ %ପ୍ରତିଶତ ସୁଧ, ବରିଷ୍ଠ ନାଗରିକ ସଂଚୟ ଯୋଜନାରେ ଅବଧି ଜମା ଗୁଡିକର ୮.୨%ପ୍ରତିଶତ ସୁଧ ହାରରେ ଖାତା ଖୋଲି ପାରିବେ ବୋଲି ସୂଚନା ପ୍ରଦାନ କରିଥିଲେ। 

ମୁଖ୍ୟ ଅତିଥି ଶ୍ରୀମତୀ ପଣ୍ଡା ନିଜ ଗ୍ରାମପଞ୍ଚାୟତ ବାସୀଙ୍କୁ ଡାକ ବିଭାଗର ସମସ୍ତ ସେବାର ଫାଇଦା ଉଠାଇବା ସହ ଖୁବ କମ ଟଙ୍କା ନିବେଶ କରି ଡାକ ବିଭାଗର ବିଭିନ୍ନ ବିମା କରିବା ପାଇଁ ଅନୁରୋଧ କରିଥିଲେ । 

ଏହି ଅବସରରେ ଶର୍ମିଷ୍ଠା କୁମାରୀ ଦେବୀ ଡାକପାଳ ଚାରପାଲି ଶାଖା,କପିଲ ବିଭାର ଡାକପାଳ କେଛୋଦାଦର ଶାଖା,ବିଷ୍ଣୁ ବିକାଶ ଛିନ୍ଦ୍ରା ଡାକପାଳ ସରେଇକେଲା ଶାଖା,ଲିଶା ଗୁପ୍ତା ଡାକପାଳ ଲୁହୁରାପାଲି ଶାଖାଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା । 

ଏହି କାର୍ଯ୍ୟକ୍ରମରେ ଡାକ ବିଭାଗର ଆଖ ପାଖ ଅଞ୍ଚଳର ସମସ୍ତ ଡାକପାଳ ଓ ମେଲ ଓଭରସିଅର ମାନେ ଉପସ୍ଥିତ ଥିଲେ । ପରିଶେଷରେ କଟାବାହାଲ ଶାଖା ଡାକପାଳ ମୁରାରି ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post