ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ କର୍କଟ ରୋଗ ସଚେତନତା ସଭା ଅନୁଷ୍ଠିତ...

ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ କର୍କଟ ରୋଗ ସଚେତନତା ସଭା ଅନୁଷ୍ଠିତ...


ବରଗଡ଼,୧୩/୦୯ : ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସରରେ ୟୁଥ୍ ରେଡକ୍ରସ ଓ ରେଡ ରିବନ କ୍ଲବର ମିଳିତ ଆନୁକୁଲ୍ୟରେ କର୍କଟ ରୋଗ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ  ସଭାପତିତ୍ଵରେ ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । 

         Ad..


ଅନୁଷ୍ଠିତ ସଭାରେ  ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରି ଛାତ୍ରୀ ବେବି କନ୍ଦ ସହ ରେଡକ୍ରସର ଜନ୍ମ ଇତିହାସର ବାର୍ତ୍ତା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଡା.ଅମିତ ଦାଶ ଯୋଗଦେଇ କର୍କଟ ରୋଗର ଲକ୍ଷଣ ଏବଂ ତାର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବରୁ କର୍କଟ ରୋଗ ନାଁ ଶୁଣିଲେ ଏହା ଏକ ଭୟଙ୍କର ରୋଗ ବୋଲି ମନରେ ଆତଙ୍କ ସୃଷ୍ଟି ହେଉଥିଲା । 

          Ad..


ସମ୍ପ୍ରତି ନୂତନ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ଏହାକୁ ସଂପୂର୍ଣ୍ଣ ଭଲ କରାଯାଇପାରୁଛି । ପ୍ରାଥମିକ ପର୍ଯ୍ୟାୟରୁ କର୍କଟରୋଗ ନିରୂପିତ ହେଲେ ଡାକ୍ତରଙ୍କ ପରାମର୍ଶ ଓ ଚିକିତ୍ସାରେ ଏହାକୁ ସଂପୂର୍ଣ୍ଣ ସୁସ୍ଥ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ସଭାରେ ରେଡ ରିବନ କ୍ଲବ କାଉନସିଲର ପ୍ରତୀକ୍ଷା ଡନସନା ସଭା ସଂଯୋଜନା କରିଥିବାବେଳେ ୟୁଥ୍ ରେଡକ୍ରସ କାଉନସିଲର ପ୍ରାଧ୍ୟାପକ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ଝରଣା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସ୍ଵେଚ୍ଛାସେବକ/ସେବିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।





Report : Bijay ku sahu

Edited by k.s thakur...



Post a Comment

Previous Post Next Post