ସହଭାଗିତାରେ ଚାଷୀଙ୍କ ସହ ବିରି ଫସଲ ଚୟନ କାର୍ଯ୍ୟକ୍ରମ...
ବରଗଡ଼,୧୪/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୈଦପାଲିରେ ଥିବା ମଦର ଟ୍ରାଏଲ କ୍ଷେତ୍ରରେ ଭିତ୍ତିଭୂମୀ ସେବା ସଂଗଠନ ଦ୍ୱାରା ୨୦ ପ୍ରକାର ବିରି ଫସଲର ଗୁଣ ଓ ଚରିତ୍ରକୁ ନେଇ ଏକ ଚାଷୀଙ୍କ ସହାଭାଗିତାରେ ବିରି ଫସଲର ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଥିଲା।
Ad..
ଜଳବାୟୁ ପରିବର୍ତ୍ତନ ସମୟରେ ପୁଷ୍ଟିଯୁକ୍ତ ଫସଲ ଓ ଜୈବିକ ଚାଷ ସୁସ୍ଥ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ଜୈବିକ ଚାଷ ପ୍ରତି ଗୁରୁତ୍ୱ ସହ ଖାଉଟିର ସ୍ୱାସ୍ଥ୍ୟ ପାଇଁ ଜୈବିକ ଚାଷୀ ଓ ଚାଷୀ ପାଇଁ ସଚେତନ ଖାଉଟି, ଆମେ ଆବଶ୍ୟକ କରୁଥିବା ଖାଦ୍ୟଗୁଣ, ଉତ୍ପାଦନ ପଦ୍ଧତିରେ ଜୈବିକ ପ୍ରକ୍ରିୟା ଦେଇ ଆମକୁ ଯିବାକୁ ପଡୁଛି।
Ad..
କାର୍ଯ୍ୟକ୍ରମ ଆରମ୍ଭରେ ଦାଶରଥୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଭିତ୍ତିଭୂମୀ ସେବା ସଂଗଠନ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରଦାନ କରି ବରଗଡ, ଗାଇସିଲେଟ ଓ ପଦ୍ମପୁରରୁ ଆସିଥିବା ୩୦ ଜଣ ମହିଳା ଓ ପୁରୁଷ ଚାଷୀଙ୍କୁ ଚାଷୀ ଓ ବୈଜ୍ଞାନିକ ମଧ୍ୟରେ ଏକ ସେତୁ ନିର୍ମାଣ ସହ ମଦର ଟ୍ରାଏଲରେ ୨୦୨୨ରୁ ଆଜି ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ୩୦ ପ୍ରକାର ମାଣ୍ଡିଆ, ୩୦ ପ୍ରକାର ମୁଗ, ୧୬ ପ୍ରକାର ରାଶି ସହ ୬ ପ୍ରକାରର କୁଦୋ ଚାଷ ସହ ତାର ଗବେଷଣା ଓ ପରୀକ୍ଷା ନିରୀକ୍ଷା କରି ଚାଷୀଙ୍କ ସହାଭାଗିତାରେ ଫସଲ ଚୟନ କାର୍ଯ୍ୟକ୍ରମ କରାଯାଉଛି ସେ ବିଷୟରେ ଚାଷୀଙ୍କୁ କହିଥିଲେ।
ଏ ବର୍ଷ ମଧ୍ୟ ୨0 ପ୍ରକାର ବିରି ଚାଷ କରି ସହାଭାଗିତାରେ ଚାଷୀଙ୍କ ସହ ଫସଲ ଚୟନ କାର୍ଯ୍ୟକ୍ରମ ମଧ୍ୟ କରୁଛୁ। ଚାଷୀ ନିଜ ଅନୁଭବରୁ ଅଧିକ ଉତ୍ପାଦନକ୍ଷମ ବିହନ, ଦେଶୀ ବିହନ, ଶୁଦ୍ଧ ଓ ଗୁଣାତ୍ମକ ବିହନ, ଏକା ସମୟରେ ଗଜା ହେବା, ଅଧିକ ଫୁଲଫଳ ହେଉଥିବା, ନିରୋଗ ବିହନ ତଥା ସ୍ୱାଦ, ଶୀଘ୍ର ସିଝିଯିବା ପରି ଗୁଣକୁ ଚାଷୀମାନେ ଚୟନ କରି କ୍ଷେତ୍ରରେ ଚାଷ କରିଥିବା ୨0 ପ୍ରକାର ବିରି ଫସଲ ପ୍ଲଟକୁ ଦେଖିଥିଲେ ଏବଂ କେଉଁ ବିହନ ଓ ଗଛ ଆମ ଅଂଚଳ ତଥା ଜଳବାୟୁ ପାଇଁ ସବୁଠାରୁ ଉତ୍କୃଷ୍ଟ ସେଇ କିସମ ଭିତରୁ ୩ଟି କିସମକୁ ଉତ୍କୃଷ୍ଟ କିସମ ବୋଲି ଚୟନ କରିଥିଲେ।
ଅନ୍ୟ ଅତିଥିଙ୍କର ମଧ୍ୟରୁ ଓଡିଶା ମିଲେଟ୍ସ ମିଶନର ତଥା ଶ୍ରୀ ଅନ୍ନ ଅଭିଯାନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ସବ୍ୟସାଚୀ ହନୁମାନ ବରଗଡ଼ ଜିଲ୍ଲାରେ କାମ ହେଉଥିବା ମାଣ୍ଡିଆ, କୁଦୋ ପରି କ୍ଷୁଦ୍ର ସଶ୍ୟ ଚାଷର ଗୁରୁତ୍ୱ ଓ ଆମ ଶରୀର ପାଇଁ କେତେ ହିତକର ସେ ବିଷୟରେ କହିଥିଲେ।
ବିଷମୁକ୍ତ ଖାଦ୍ୟ ସହିତ ସୁସ୍ଥ ସମାଜ ତିଆରି ପାଇଁ ଆମେ ସମସ୍ତେ ଏକାଠି କାମ କରିବାର ସମୟ ଆସିଛି କହିଥିଲେ। ତା ପରେ ବରଗଡ଼ କୃଷି ବିଜ୍ଞାନ କେନ୍ଦ୍ରରୁ ଆସିଥିବା ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ନୃସିଂହ ଚରଣ ବାରିକ ନିଜ ବକ୍ତବ୍ୟରେ ଜୈବିକ ଚାଷ ପ୍ରତି ଗୁରୁତ୍ୱ ସହ ଦେଶୀ ବିହନରେ ଅଧିକ ଅମଳକ୍ଷମ ବିହନକୁ ଚାଷ କରିବା ତା ସହ ନିଜ ଅଂଚଳରେ ହେଉଥିବା ପାରମ୍ପରିକ ବିହନକୁ ଅଧିକ ମାତ୍ରାରେ ଚାଷ କରି ପାରିବା ସେ ବିଷୟରେ ଚାଷୀଙ୍କୁ କହିଥିଲେ।
ଲୋକ ବୈଜ୍ଞାନିକ ବବୁଲୁ ବଗର୍ତ୍ତୀ ମଧ୍ୟ ଚାଷୀଙ୍କର ବିରି ଫସଲର ଗୁଣ ଓ ଚରିତ୍ର ଚୟନ ଓ କିପରି ଜୈବିକ ଚାଷ ପଦ୍ଧତି ସାହାଯ୍ୟରେ ଆମର ପାରମ୍ପରିକ ବିହନ ବଂଚେଇ ସବୁ ଚାଷୀଙ୍କ ପାଖକୁ ଚାଷରେ ଆଣିପାରିବା ସେ କଥା କହିଥିଲେ।
ସଂଗଠନର ଗବେଷଣା ସଂଯୋଜକ ବିଶ୍ୱଜ୍ୟୋତି ପଢ଼ିଆରୀ ବିରି କ୍ଷେତ୍ରର ପରିଚାଳନା ସହ କେଉଁ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ସୁଖଦେବ ସ୍ୱାଇଁ ଧନ୍ୟବାଦ ଦେଇ ଏହି ସାଙ୍ଗକୁ ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କଳ, ରୋହିଣୀ, କୋମଳ ସମ୍ପୂର୍ଣ୍ଣ ସହଯୋଗ କରି ସଫଳ କରିଥିଲେ।
Report : Bijay ku sahu
Edited by k.s thakur...



