ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଆନୁକୂଲ୍ୟରେ ନୂଆଁ ଖାଇ ଭେଟ ଘାଟ ଅନୁଷ୍ଟିତ...
(ସମ୍ବଲପୁରୀ ନୃତ୍ୟ ର ତାଳେ ତାଳେ ଝୁମିଲେ ଯାତ୍ରା କଳାକାର)
ବରଗଡ଼,୧୩/୦୯ : କଳା ସଂସ୍କୃତି ର ମାଟି ବରଗଡ଼ ।ଏଠିକାର କଳା ଓ ସଂସ୍କୃତି ସାରା ରାଜ୍ୟ ରେ ସୃଷ୍ଟି କରିଛି ସ୍ବତନ୍ତ୍ର ପରିଚୟ । କଳା ଓ କଳାକାର ଙ୍କ ମାଟି ବରଗଡ଼ ରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଆନୁକୁଲ୍ୟରେ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ।
Ad..
କଳାକାର ମହାସଂଘ ର ଅଧ୍ୟକ୍ଷ ଚୈତନ୍ୟ ପାଇକ ଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ କୁ ବିଶିଷ୍ଟ ସମାଜସେବୀ ଚନ୍ଦ୍ର ଶେଖର ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରି କଳା କଳାକାର ହେଉଛ ଈଶ୍ୱର ଙ୍କ ଦାନ ବୋଲି ଅଭିହିତ କରିଥିଲେ।
Ad..
ସମ୍ମାନିତ ଅତିଥି ଭାବେ ରାଜ୍ୟ କଳାକାର ମହାସଂଘ ସଂପାଦକ ବିଶିଷ୍ଟ ଅଭିନେତା ସମରେନ୍ଦ୍ର ପଣ୍ଡା ,ବିଶିଷ୍ଟ ଖଳ ନାୟକ ଦଇତାରୀ ପଣ୍ଡା ,ଅଭିନେତା ସୁରେଶ ବେହେରା ଅଭିନେତ୍ରୀ ଚାନ୍ଦିନୀ ଦାଶ, ପ୍ରଚ୍ଛଦପଟ କଣ୍ଠ ଶିଳ୍ପୀ ମାନସ କୁମାର ଜେନା ବିଶିଷ୍ଟ ହାସ୍ୟ ଅଭିନେତା ମୁନ୍ନା ବାବୁ ପ୍ରମୁଖ ଯୋଗ ଦେଇ କଳା ସଂସ୍କୃତି ର ବରଗଡ଼ ମାଟି କୁ ପ୍ରଣାମ ଜଣାଇ ନୂଆଁ ଖାଇ ସଂସ୍କୃତି କୁ ସ୍ୱାର୍ଥ ତ୍ୟାଗ ର ନିଆରା ପର୍ବ ବୋଲି ଉଲ୍ଲେଖ କରି ଯାତ୍ରା ସଂଳାପ ମାଧ୍ୟମ ରେ ଉପସ୍ଥିତ ଜନ ସାଧାରଣ ଙ୍କୁ ମନୋରଞ୍ଜନ କରିଥିଲେ।
ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ତରଫରୁ ସମାଜସେବୀ ମେଘ ନାଦ ପ୍ରଧାନ ଙ୍କୁ ସ୍ବତନ୍ତ୍ର ସମ୍ବର୍ଧନା ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ କଣ୍ଠ ଶିଳ୍ପୀ ବାଲେଶ୍ବର କୁଅଁର ପ୍ରମୋଦ ଦାସ ନୃତ୍ୟ ନିର୍ଦ୍ଦେଶକ ରାଜେଶ୍ ବାରିକ ,କ୍ରୀଡାବିଦ ସନ୍ତୋଷ ପ୍ରଧାନ ,ରିଦମିଷ୍ଟ ଅନୁ ପାଇକ ନବୀନ ପାଣ୍ଡେ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସର ରେ ଭାରତୀ କଳା ପରିଷଦ ର କଳାକାର ଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।କାର୍ଯ୍ୟକ୍ରମ ରେ ସାମାଜିକ କର୍ମୀ ସଂଘମିତ୍ରା ପଟେଲ ,ଚିତ୍ର ଶିଳ୍ପୀ ରାଧେଶ୍ୟାମ ଭେଶ୍ରା ,ନରେନ୍ଦ୍ର କଣ୍ଟା ବରିଷ୍ଟ ଦଣ୍ଡ ନିର୍ଦ୍ଦେଶକ ବାସୁଦେବ ପ୍ରଧାନ ,ନାଟ୍ୟ କଳାକାରଭୁବନ ଭୋଇ , ଅଭିନେତା ଜଗଦାନନ୍ଦ ମିଶ୍ର, କବି ଦେବେନ୍ଦ୍ର ପ୍ରଧାନ ଧନୁଯାତ୍ରା କଳାକାର ମହାସଂଘ ସଭାପତି ଦୟା ପ୍ରଧାନ ସଙ୍କୀର୍ତ୍ତନ ପରିଷଦ ସଂଯୋଜକ ଗୋରାଚାନ୍ଦ୍ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
Report : Bijay ku sahu
Edited by k.s thakur...



