ମୁରିବାହାଲ ବ୍ଲକର ଗୋଇମୁଣ୍ଡ ଗ୍ରାମରେ ୪୮ ତମ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ...

ମୁରିବାହାଲ ବ୍ଲକର ଗୋଇମୁଣ୍ଡ ଗ୍ରାମରେ ୪୮ ତମ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ...   


ବଙ୍ଗୋମୁଣ୍ଡା,୧୩/୦୯ : ମୁରିବାହାଲ ବ୍ଲକର ଗୋଇମୁଣ୍ଡ ଗ୍ରାମରେ ୪୮ ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମୃତ୍ତିକା ଅନୁକୂଳ କରାଯାଇଥିଲା ।

                Ad..


ଯଥାରୀତି ପୂଜାର୍ଚ୍ଚନା କରାଯିବା ପରେ ଗ୍ରାମର ଟଙ୍ଗଜୋର କୂଳ ନିକଟରୁ ମୂର୍ତ୍ତି ପ୍ରସ୍ତୁତ ଉପଯୋଗୀ ମାଟି ଅନୁକୂଳ କରାଯାଇଥିଲା ।ଗ୍ରାମବାସୀଙ୍କ ଉଦ୍ୟମରେ ଗତ ୪୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ବିଧି ଏବଂ ନିଷ୍ଠାର ସହ ପୂଜାର୍ଚ୍ଚନା ପାଳିତ ହୋଇଆସୁଅଛି । 

           Ad..


ମୃତ୍ତିକା ଅନୁକୁଳ କାର୍ଯ୍ୟକ୍ରମରେ ସଭାପତି ଅକ୍ଷୟ କୁମାର ସାହୁ,କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ,ସମ୍ପାଦକ ଚିତ୍ତରଞ୍ଜନ ସାହୁ,କୋଷାଧ୍ୟକ୍ଷ  ଗୋରେଖ ଭୋଇ,ଭକ୍ତବନ୍ଧୁ ସାହୁ,ମହିଧର ଭୋଇ,କୈଳାସ ସାହୁ,ଅଶୋକ ନାରାୟଣ ଭୋଇ,ବାବୁନା ସାହୁ,ରୂପେଶ ସାହୁ,ପୀୟୂଷ ଭୋଇ ଙ୍କ ସହ ଗ୍ରାମବାସୀ ସାମିଲ ହୋଇଥିଲେ ।




Edited by k.s thakur...




Post a Comment

Previous Post Next Post