ଭଦ୍ରକ ଗୁଡ଼ୁପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ, ୪ ଆହତ...

ଭଦ୍ରକ ଗୁଡ଼ୁପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ, ୪ ଆହତ...


(ଘଟଣାସ୍ଥଳରେ ୧୬୩ ଧାରା ଲାଗୁ, ୨୧ ତାରିଖ ରାତି ୧୦ଟା ଯାଏଁ ବଳବତ୍ତର)

ଭଦ୍ରକ,୧୯/୦୯ : ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅର୍ନ୍ତଗତ ଗୁଡୁପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଆହତ ହୋଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୋଷ୍ଠୀ ସଂଘର୍ଷ ଘଟଣା ପରେ ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା ଲାଗୁ କରାଯାଇଛି । 

             Ad..


୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ୧୬୩ ଧାରା ଲାଗୁ ହୋଇଥିବା ଜଣାପଡିଛି । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି ସମୟରେ ଗୋଡ଼ିପୋଖରୀ ଅଞ୍ଚଳରେ ଏକତ୍ରିତ ନହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧ କି.ମି ପରିସର ମଧ୍ୟରେ ଏକତ୍ରିତ ଓ ଶୋଭାଯାତ୍ରା ଉପରେ କଟକଣା ଲାଗୁ ହୋଇଛି ।

ସେହିଭଳି ଧାମନଗର ତହସିଲଦାରଙ୍କୁ ଭକ୍ତ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖୁବା ପାଇଁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି । ଧୁଷୁରୀ ଥାନା ଗୁଡ଼ୁପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀର ୪ ଆହତ ମେଡିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ଧୁଷୁରୀ ଓ ଧାମନଗର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।






Edited by k.s thakur...




Post a Comment

Previous Post Next Post