ଭାଜପା ର ମୁରିବାହାଲ ବ୍ଲକ ସ୍ତରୀୟ ସଦସ୍ୟତା କର୍ମଶାଳା...

ଭାଜପା ର ମୁରିବାହାଲ ବ୍ଲକ ସ୍ତରୀୟ ସଦସ୍ୟତା କର୍ମଶାଳା...



(୩୦ ହଜାର ପ୍ରାଥମିକ ସଦସ୍ୟ କରିବା ପାଇଁ ନିଷ୍ପତି)

ମୁରିବାହାଲ,୨୦/୦୯ : ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ବ୍ଲକ  ସ୍ତରୀୟ  ଭାରତୀୟ ଜନତା ପାର୍ଟି ର ସଦସ୍ୟତା କର୍ମଶାଳା ଗୁରୁବାର ଦିନ ସ୍ଥାନୀୟ କଲ୍ୟାଣ ମଣ୍ଡପ ମୁରିବାହାଲ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁରିବାହାଲ ବ୍ଲକ ର ୨୨ ଗୋଟି ଗ୍ରାମ ପଂଚାୟତ ରେ ୩୦ ହଜାର ପ୍ରାଥମିକ ସଦସ୍ୟ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।

Ad.. 


ଏହି ଅବସରରେ ମୁରିବାହାଲ ବ୍ଲକ ର ୩ ଗୋଟି ମଣ୍ଡଳ, ମୁରିବାହାଲ, ଗଂରେଇ, ଓ ହଳଦୀ ର ମଣ୍ଡଳ ଟୋଲୀ, ସ୍ଥାନୀୟ ସମିତି ଓ ବୁଥ  ଟୋଲୀ ର ପ୍ରମୁଖ କାର୍ଯ୍ୟ କର୍ତ୍ତା  ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। 

ମୁରିବାହାଲ ମଣ୍ଡଳ ଟୋଲୀ ର ପ୍ରମୁଖ ନାରାୟଣ ସାହୁ ଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଭାରତୀୟ ଜନତା ପାର୍ଟି ର ଓଡିଶା ରେ ୧୦୦ ଦିନ ପୂର୍ତ୍ତି ଅବସରରେ ବିଭିନ୍ନ ଜନ କଲ୍ୟାଣ ଯୋଜନା, ସଦସ୍ୟତା ଅଭିଯାନ ୨୦୨୪ ରେ ମୁରିବାହାଲ ବ୍ଲକ ର ୨୨ ଗୋଟି ଗ୍ରାମ ପଂଚାୟତ ରେ ୩୦ ହଜାର ପ୍ରାଥମିକ ସଦସ୍ୟ କରିବା, ସ୍ୱଚ୍ଛତା ପକ୍ଷ ପାଳନ କରିବା, ସେବା ପକ୍ଷ ପାଳନ କରିବା ଉପରେ ମତବ୍ୟକ୍ତ କରି ଥିଲେ। 

ଅନ୍ୟ ତମ ଅତିଥି ମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ସଦସ୍ୟତା ପ୍ରଭାରି ରାଜକିଶୋର ମେଣ୍ଡଳୀ, ସଦସ୍ୟତା ର ଜ଼ିଲ୍ଲା ପ୍ରମୁଖ ଶ୍ରୀବତ୍ସ ବେହେରା, ପ୍ରମୁଖ ଉପସ୍ଥିତ ରହି ସଦସ୍ୟତା କରା ଯିବା ପ୍ରଣାଳୀ, ୧୦୦ ପ୍ରାଥମିକ ସଦସ୍ୟ କରାଇଲେ ସକ୍ରିୟ ସଦସ୍ୟ ହୋଇ ପାରିବେ ତଥା ଭା ଜ ପା ର ନୀତିନିୟମ ବିଷୟରେ ବିସଦ ଭାବରେ ଅବଗତ କରାଇ ଥିଲେ। 

ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ସୁରେଶ କୁମାର ଭୋଇ, ଈଶ୍ୱର ପୁଟେଇ, ମହାଦେବ ଟାହାଣୀ, ବରିଷ୍ଟ ଭାଜପା ନେତା ସରୋଜ କୁମାର ଖମାରି, ବାଳକୃଷ୍ଣ ପୁଟେଲ, ପୁରୁନ ବାଗ, ଗଙ୍ଗାଧର ହେର୍ଣ୍ଣା , ପଦ୍ମନାଭ ସାହୁ, ପ୍ରଦୀପ ବଛା, ରାମୁ କୁମ୍ବାର, ପ୍ରମୁଖ ମଂଚାସୀନ ରହି ଆଗାମୀ ଦିନରେ ମୁରିବାହାଲ ବ୍ଲକ ରେ ୩୦ ହଜାର ରୁ ଅଧିକ ପ୍ରାଥମିକ ସଦସ୍ୟ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।




Report : Bijay ku sahu

Edited by k.s thakur...

Post a Comment

Previous Post Next Post