ପ୍ରେସ କ୍ଳବ ପକ୍ଷରୁ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର...

ପ୍ରେସ କ୍ଳବ ପକ୍ଷରୁ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର...


କଣ୍ଟାବାଞ୍ଜି, ୨୦/୦୯ : କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ପ୍ରେସ କ୍ଳବ ପକ୍ଷରୁ ଟିଟିଲାଗଡ଼ ଚକ୍ଷୁ ଡାକ୍ତରଖାନା ସହଯୋଗରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। 

              Ad..


ଶିବିରରେ ମୁଖ୍ୟ ଅତିଥି ଭାବେ ଏନଏସି ନଗରପାଳ ବରିୟାମ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ଅଗ୍ରୱାଲ ସଭାଟ୍ରଷ୍ଟ ଅଧ୍ୟକ୍ଷ କୈଳାଶ ଅଗ୍ରୱାଲ, ପ୍ରେସ କ୍ଳବ ସଭାପତି ପ୍ରଭଜିତ ସିଂ ସାଲୁଜା, ସମ୍ପାଦକ ସୁରଦାସ ବାଗ , ଚକ୍ଷୁ ଡାକ୍ତର ଖାନାର ରାଜ ୱାଡ଼େ, ସୁଶୀଲ ନାଗ ପ୍ରମୁଖ ପ୍ରମୁଖ ମଂଚାସୀନ ଥିଲେ। କଣ୍ଟାବାଞ୍ଜି ତଥା ଆଖପାଖ ଗାଁର ପ୍ରାୟ ୩୨୦ ରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। 

ସେମାନଙ୍କ ମଧ୍ୟରୁ ପ୍ରାୟ ୧୪୨ ଲୋକଙ୍କୁ ମୋତିଆ ବିନ୍ଦୁ ପାଇଁ ଅସ୍ତ୍ରୋପ୍ରଚାର ପାଇଁ ଚୟନ କରାଗଲା। ଏଭଲି ଜନମଙ୍ଗଳ କାମ ପ୍ରେସ କ୍ଳବ କରୁଥିବା ଯୋଗୁ ଅତିଥି ଗଣ ପ୍ରେସ କ୍ଳବକୁ ପ୍ରଶଂସା କରିଥିଲେ। ସଭା ପ୍ରେସ କ୍ଳବ ପରାମର୍ଶଦାତା ଆଶିଷ ଖୈତାନ କରିଥିଲେ। 

କଣ୍ଟାବାଞ୍ଜି ପ୍ରେସ କ୍ଳବର ଉପସଭାପତି ମନୋଜ ଶର୍ମା, ସୁଶାନ୍ତ ବେହେରା, ସୁବ୍ରତ ମହାକୁର,  କୋଷଧକ୍ଷ ହନି ସିଂ, ସହ ସମ୍ପାଦକ ଅନିଲ ତ୍ରିପାଠୀ, ଅଫିସ ସମ୍ପାଦକ ବିସିକେଶନ ମାଝୀ, ପରାମର୍ଶଦାତା ଦୁର୍ଗାପ୍ରସାଦ ଗୁପ୍ତା, ଆନନ୍ଦ ମୋଟେ, ଆଇନ ପରାମର୍ଶଦାତା ବିବେକ ଶର୍ମା, ସଦସ୍ୟ ଅଂକୁର ଅଗ୍ରୱାଲ, କମଳ ଅଗ୍ରୱାଲ, ଅମିତ ଶର୍ମା, ଶୈଲୁ ଜୈନ, ଜଗମୋହନ ତାଣ୍ଡି, ଗଣେଶ ଦାସ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। 

ଟିଟିଲାଗଡ଼ ଚକ୍ଷୁ ଡାକ୍ତରଖାନା ଡାଇରେକ୍ଟର ଏମ. ଏମ. ଦାସ, ନର୍ସ ସ୍ମିତା ରଣା, ରଶ୍ମିତା ତାଣ୍ଡି, ରୁପିନ, ପ୍ରମିଳା ହରିଜନ, ବୁଲୁ ନାଗ ପ୍ରମୁଖ ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁରିବାହାଲ ସାମ୍ବାଦିକ ସଂଘ ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ।




Edited by k.s thakur...



Post a Comment

Previous Post Next Post