ପାଇକମାଲରେ କୋଶଲ ଅସ୍ମିତା ରଥ, କୋଶଲୀକୁ ମିଲୁ ସାମ୍ବିଧାନିକ ସ୍ୱୀକୃତି...
ବରଗଡ଼,୧୯/୦୯ : ବରଗଡ ଜିଲ୍ଲା ପାଇକମାଲ ଠାରେ ପହଁଚିଚି କୋଶଲ ଅସ୍ମିତା ରଥ । ପାଇକମାଲ ସହରରେ କୋଶଲ କଲାକାର ସଂଘ ତରଫରୁ ଭବ୍ୟ ସ୍ୱାଗତ କରାହୋଇଥିଲା ।
Ad..
ସଂଘର ସଭାପତି ଟାଇଲ ଚନ୍ଦ୍ର ଭୋଇ, ଚାଷୀନେତା ପନ୍ନାଲାଲ ସେଠ, ନୃସିଂନାଥ କଳାପରିଷଦର ଚିତ୍ତରଂଜନ ସରାଫ,ନାରାୟଣ ନାୟକ, ସଚିନ ସାହୁ, ନରୋତ୍ତମ ଦାଶ, ପଦ୍ମନ ପ୍ରଧାନ, ଚନ୍ଦ୍ରମଣୀ ସାହୁ, ଡୋଲାମଣି ସାହୁ ଓ ସଂଘର କର୍ମକର୍ତ୍ତମାନେ ସ୍ୱାଗତ କରିଥିଲେ।
ପାଇକମାଲ ଗ୍ରାମ ପରିକ୍ରମା କରି ସାଧାରଣରେ ସଚେତନ ପାଇଁ ଲିଫଲେଟ ବାନ୍ଟିଥିଲା । ଏକ ପଥପ୍ରାନ୍ତ ସଭାରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁ, ସାଂସ୍କୃତିକ ସଂପାଦକ ସରୋଜ ଭୂୟାଁ, ଯୁଗ୍ମ ସଂପାଦକ ସାକେତ ଶ୍ରୀଭୁଷଣ ସାହୁ ପ୍ରକାଶ କରିଥିଲେ ଯେ କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ, ପଶ୍ଚିମ ଓଡିଶାର ବିଦ୍ୟାଲୟ ମାନଂକୁ କୋଶଲୀ ମାଧ୍ୟମରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ଓ ଓଡିଶାର ଦ୍ୱିତୀୟ ସରକାରୀ ଭାଷା ମାନ୍ୟତା ଦାବୀରେ ୧୦ ଜିଲ୍ଲା ପରିକ୍ରମା କରିବ କୋଶଲ ଅସ୍ମିତା ରଥ ।
ନିଜ ମାତୃଭାଷାରେ ଶିକ୍ଷା ପାଇ ପାରୁନଥିବାରୁ ଶିଶୁମାନଂକର ବୌଦ୍ଧିକ ବିକାଶ ହେଇପାରୁନାହିଁ। ପଶ୍ଚିମ ଓଡିଶାରେ ଉଦବେଗଜନକ ଭାବେ ୨୭.୨୯ ଶତକଡା ପିଲା ଅଧାରୁ ପାଠ ଛାଡି ଦେଉଛନ୍ତି। ସେହିପରି ଆଗାମି ଜନଗଣନାରେ ପଶ୍ଚିମ ଓଡିଶାର ସମସ୍ତ ଭାଇ ଭଉଣୀ ମାତୃଭାଷା କୋଶଲୀ ବୋଲି ଉଲ୍ଲେଖ କରିବାକୁ ନିବେଦନ କରିଛି ଏକାଡେମୀ।
Report : Bijay ku sahu
Edited by k.s thakur...


