ଡକାୟତି ଗ୍ୟାଙ୍ଗକୁ କାବୁ କରି ଗ୍ରାମବାସୀ ପୋଲିସ ଦେଲେ ଖବର...
(୫ ଡକାୟତ କୁ କୋର୍ଟ ଚାଲାଣ କଲା ପାଇକମାଳ ପୋଲିସ)
ପାଇକମାଳ,୧୯/୦୯ :- ପାଇକମାଳ ଥାନା ଅଂଚଳରେ ଏକ ଡକାୟତ ଗେଙ୍ଗ କୁ କାବୁ କରି ଗ୍ରାମବାସୀ ପୋଲିସକୁ ଖବର ଦେଲେ। ଘଟଣା ରୁ ଜଣାଯାଏ ଯେ ପାଇକମାଳ ଥାନା ଅନ୍ତର୍ଗତ ମାଣ୍ଡୋସିଲ ଧାନମଣ୍ଡି ଡୁଙ୍ଗୁରୀ ପାଖରେ ଏକ ଡକାୟତ ଦଳ ସଂଘବଦ୍ଧ ଆକ୍ରମଣ କରିଥିଲେ।
Ad..
ଛତିଶଗଡ଼ ରାୟପୁର ଅଞ୍ଚଳର ଯାତ୍ରୀ ବେଳେରୋ ଗାଡ଼ିରେ ନୃସିଂହନାଥ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିଲେ। ଆସୁଥିବା ବେଳେ ଡକାୟତ ଦଳ ଅଟକାଇ ସେମାନଙ୍କ ଠାରୁ ଲୁଟପାଟ କରିଥିଲେ। ଏହି ସମୟରେ ମାଣ୍ଡୋସିଲ ଗ୍ରାମବାସୀଙ୍କ ଜାଣି ଡକାୟତ ଦଳ କାବୁ କରିବା ସହ ପାଇକମାଳ ପୋଲିସ କୁ ଖବର ଦେଇଥିଲେ।
ପୋଲିସ ପହଞ୍ଚି ଘଟଣା ସ୍ଥଳରୁ ଡକାୟତ ଦଳକୁ ଗିରଫ କରିଥିଲେ।ଡକାୟତ ଦଳ ଲୁଟ କରିଥିବା ୧୯ ଶହ ଟଙ୍କା,ଭିଭୋ ମୋବାଇଲ,ରୂପା ଚେନ୍ ଉଦ୍ଧାର କରିବା ସହ ବ୍ୟବହୃତ ଗାଡ଼ି ନମ୍ୱର ବିହୀନ ବଜାଜ ପଲସର, ମୋଟିଫାଏ ଟୁ ହୁଇଲର୍ ଗାଡ଼ି ନମ୍ବର CG 07 MB 5198 ସିଜ୍ କରିଥିଲା।
ଡକାୟତ ଦଳ ମଧ୍ୟରେ ଚେରେଙ୍ଗାଝାଞ୍ଜ ରଞ୍ଜିତ ଗଏଁତା,ବରତୁଣ୍ଡା ଗ୍ରାମର ଓମ୍ ପ୍ରକାଶ ସୁନା, ମାଣ୍ଡୋସିଲ ଗ୍ରାମର ଧନଞ୍ଜୟ ପ୍ରଧାନ, ଧାରୋଲ ଗ୍ରାମର ଅଜିତ ପ୍ରଧାନ ଓ ବିଭୂତି ରଣା ୫ଜଣ ଡକାୟତକୁ ପାଇକମାଳ ପୋଲିସ କୋର୍ଟ ଚାଲାଣ କରିଛି । ଏ ନେଇ ପାଇକମାଳ ଥାନାରେ ଏକ କେଶ ନମ୍ୱର US ୩୧୦(୨)୧୧୧,ତା୧୮/୦୯/୨୦୨୪ରେ ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି।
Report : Bijay ku sahu
Edited by k.s thakur...


