ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ପୂଜ୍ୟ ପୂଜନ ପରମ୍ପରା...
ପାଇକମାଲ,୦୫/୦୯ : ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଭାରତୀୟ ପରମ୍ପରା ଅନୁସରଣରେ ପୂଜ୍ୟ ପୂଜନ ବିଧି ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋହିତ କୁମାର ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସର୍ବ ପ୍ରଥମେ ଅଧ୍ୟାପକ ଅଧ୍ୟାପିକା ମା ବିନ୍ଧ୍ୟବାସିନୀ ଓ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ।
Ad..
ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିବା ସହିତ ବହୁତ ସୁନ୍ଦର ଭାବରେ ଗୁରୁ ଏବଂ ଶିଷ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ବାରିକ ଛାତ୍ରଛାତ୍ରୀ ମାନଙ୍କୁ ନିଜ କର୍ତ୍ତବ୍ୟ ପାଳନ ପୂର୍ବକ ଭବିଷ୍ୟତରେ ଏକ ସୁନାଗରିକ ଏବଂ ସାମାଜିକ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।
Ad..
ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ ନିଜସ୍ୱ ଅନେକ ଅନୁଭୂତି ସହିତ ପିଲାଙ୍କୁ ସତମାର୍ଗରେ ପରିଚାଳିତ ହେବାପାଇଁ କହିଥିଲେ। ଅଧ୍ୟାପିକା ମୀନା କୁମାରୀ ସାହୁ ଜୀବନରେ ଶିକ୍ଷାର ମହତ୍ୱ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଆଧୁନିକ ଶିକ୍ଷା ସହିତ ଗୁରୁଙ୍କ ସମ୍ପର୍କ ସମ୍ବନ୍ଧରେ ସୂଚନା ଦେଇଥିଲେ।
ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଭାରତୀୟ ଗୁରୁ ପରମ୍ପରା ବିଷୟ ବ୍ୟାଖ୍ୟା କରିଥିଲେ। ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ ପୂର୍ବକ ଏକ ସଫଳ ନାଗରିକ ହେବ ସହିତ ତାଙ୍କ ଉତ୍ତୋରୋତ୍ତର କାମନା କରିଥିଲେ।
ଛାତ୍ରୀ ଶିଖାରାଣୀ ପାଢି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଛାତ୍ରୀ ତନୁଜା ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାକୁ ସଫଳ କରିବା ପାଇଁ ବହୁ ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...



