ରାଣା ପ୍ରତାପ ସ୍କୁଲ ରେ ଗୁରୁଦିବସ ଓ ତିଥି ଭୋଜନ...

ରାଣା ପ୍ରତାପ ସ୍କୁଲ ରେ ଗୁରୁଦିବସ ଓ ତିଥି ଭୋଜନ...


ବରଗଡ଼,୦୫/୦୯ : ରାଣା ପ୍ରତାପ ସ୍କୁଲ ରେ ଡ. ସର୍ବ ପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜୟନ୍ତୀ ଓ ଗୁରୁ ଦିବସ ମହା ସମାରୋହ ରେ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ସୂ ଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମୀନା ପଣ୍ଡା ଓ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଡାକ୍ତର ଭୋଇ ଙ୍କୁ ଅବୈତନିକ ସେବା ପାଇଁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। 

                Ad..


ଶିକ୍ଷୟିତ୍ରୀ ସୁନୀତା ମିଶ୍ର ଗୀତା ଜାଲ  ଦୀପିକା କୁଲୁ,ଜ୍ୟୋତି ବେହେରା ନିଳୀମା ପ୍ରଧାନ ତପସ୍ଵିନୀ ତ୍ରିପାଠୀ ବବିତା ନାଏକ ପ୍ରମୁଖ ଉପସ୍ଥିତ ରହି ଗୁରୁ ଦିବସ ପାଳନ ର ଉଦ୍ଦେଶ୍ୟ ସମ୍ବନ୍ଧ ରେ ଆଲୋକପାତ କରି ଭଲ ମଣିଷ ହେବା ପାଇ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। 

           Ad..


ଛାତ୍ର ଛାତ୍ରୀ ମାନେ ଗୁରୁ ବନ୍ଦନା ସହିତ ଗୁରୁ ପୂଜନ କରି ଗୁରୁ ମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ।ଏହି ଅବସର ରେ ବିଦ୍ୟାଳୟ ତରଫରୁ ତିଥି ଭୋଜନ ର ଆୟୋଜନ କରାଯାଇଥିବା ବେଳେ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ସମସ୍ତେ ସାମୁହିକ। ଭୋଜନ କରିଥିଲେ।ପରିଶେଷରେ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post