ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥି ଅଵସରରେ ପବିତ୍ର ଗୁରୁଦିବସ ପାଳନ...
ପଦ୍ମପୁର,୦୫/୦୯ : ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥି ଅଵସରରେ ସ୍ଥାନୀୟ ଜମର ତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପ୍ରଧାନ ଶିକ୍ଷକ ରାଜେଶ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
Ad..
ପ୍ରଥମେ ମୂଖ୍ୟ ଅତିଥି ଅବସର ପ୍ରାପ୍ତ ଶିକ୍ଷକ କୁଞ୍ଜରାଜ ବରିହା,ଅନ୍ୟତମ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଜଳଧର ବିଶ୍ୱାଳ, ସୁରେଶ ସାହୁ,ପ୍ରଧାନ ଶିକ୍ଷକ ଓ ସମସ୍ତ ସହକାରୀ ଶିକ୍ଷକ ରାଧାକ୍ରିଷ୍ଣନଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ।ସୋହାନି,ଶ୍ରଦ୍ଧାଞ୍ଜଳି ଗ୍ରୁପ ଗୁରୁ ବନ୍ଦନା ଗାନ କରିଥିଲେ।
Ad..
ରଘୁନାଥ ପୁରୀ ପରିଚୟ ପ୍ରଦାନ ଓ ସଂଯୋଜନା କରିଥିଲେ। ପ୍ରଥମେ ମୂଖ୍ୟ ଅତିଥିଙ୍କୁ ବନ୍ଦନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଥମେ ପ୍ରଧାନ ଶିକ୍ଷକ ଉଧେଶ୍ୟ ଜ୍ଞାପନ ସହ ଗୁରୁଦିବସ ଉପରେ ଅଭିଭାଷଣ ପ୍ରଦାନ କରି ପିଲାଙ୍କୁ ଉଚିତ ମାର୍ଗଦର୍ଶନ କରିଥିଲେ।
ଉପସ୍ଥିତ ସମସ୍ତ ଅତିଥି ପିଲାଙ୍କୁ ଗୁରୁଦିବସ ପାଳନର ତାତ୍ପର୍ୟ ଗୁରଙ୍କୁ ଭଗବାନ ସ୍ୱରୂପ ସମ୍ମାନ ପ୍ରଦାନ କରିବାକୁ ଉଦବୋଧନ ଛଳରେ ପରାମର୍ଶ ଦେଇଥିଲେ।
ସୋହନି ସାହୁ ପ୍ରିୟଙ୍କା ବିଶ୍ଵାଲ, ଶ୍ରଦ୍ଧାଞ୍ଜଳି, ହିତାକାଂକ୍ଷୀ ଆଦି ଛାତ୍ର ଛାତ୍ରୀ ବତ୍କୃତା ଓ ପ୍ରାଚୀ, ଡାଇନାମିଷ୍ଟି ସଂଗୀତ,ଆସ୍ତା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।ଶିକ୍ଷକ ଘନଶ୍ୟlମ ସାହୁ, ସାନନ୍ଦ ମହାନନ୍ଦ, ବୈଷ୍ଣବ ସୁନା, କିରାଣୀ ଉପେନ୍ଦ୍ର ପାତ୍ର, କୁଳମଣି ପ୍ରଧାନ, ରୂପଧର ନାୟକ, ଭୀଷ୍ମଦେବ ବାରିକ ମଂଚାସୀନ ଥିଲେ। ରଘୁନାଥ ପୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।
Report : Bijay ku sahu
Edited by k.s thakur...



